Only for Entertainment

ଖାଲିପେଟରେ ଖାଆନ୍ତୁ ରସୁଣ, ମିଳିବ ଉପଶମ

theviralsweep.com
0 48

ସାଧାରଣତଃ ଆମେ ରସୁଣକୁ ଖାଦ୍ୟରେ ମସଲାଦ୍ରବ୍ୟ ଭାବେ ବ୍ୟବହାର କରିଥାଉ । ରସୁଣ କୌଣସି ପ୍ରକାର ବ୍ୟଞ୍ଜନକୁ ସ୍ୱାଦିଷ୍ଟ ବନାଇଦିଏ । ମାତ୍ର ରସୁଣ ମଧ୍ୟରେ ଏପରି ଗୁଣକାରୀ ତତ୍ୱ ରହିଛି ଯାହା ଆପଣଙ୍କୁ ଅନେକ ରୋଗରୁ ଫଳପ୍ରଦ କରିଥାଏ । ରସୁଣ ଏକ ବିସ୍ମ୍ରୟକର ଖାଦ୍ୟ ଅଟେ । ଏଥିରେ ବହୁମାତ୍ରାରେ ପୂରି ରହିଛି ରୋଗ ପ୍ରତିରୋଧକ ଶକ୍ତି ।
ଆର୍ୟୁବେଦରେ ରସୁଣକୁ ଔଷଧ ବୋଲି କୁହନ୍ତି । ଆପଣ ରସୁଣକୁ ଯେପରି ପ୍ରକ୍ରିୟାରେ ହେଉ ମଧ୍ୟ ନିଜ ଖାଦ୍ୟରେ ସାମିଲ କରିବା ଉଚିତ । ମାତ୍ର ପ୍ରତିଦିନ ସକାଳେ ଖାଲି ପେଟରେ ରସୁଣ ଖାଇବାଦ୍ୱାରା ଅଧିକ ଫାଇଦା ମିଳିଥାଏ । ଏଠାରେ ଆମେ ଏହି ରସୁଣ ମଧ୍ୟରେ ପୂରି ରହିଥିବା ଉପକାରୀ ଗୁଣ ବିଷୟରେ ନିମ୍ନରେ କିଛି ଟିପସ ଦେଇଛୁ ଯାହା ଆପଣଙ୍କ ହିତରେ କାର୍ୟ୍ୟକାରୀ ହୋଇପାରେ ।

୧.ହୃଦୟ ରହିବ ସ୍ୱାସ୍ଥ୍ୟକର

ରସୁଣ ହୃଦୟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ଦେଇଥାଏ ।ରସୁଣ ଖାଇବାଦ୍ୱାରା ରକ୍ତ ଜମାଟ ବାନେ୍ଧ ନାହିଁ ଏବଂ ହୃଦରୋଗଜନିତ ସମସ୍ୟା କମ୍ ଦେଖାଯାଇଥାଏ । ରସୁଣ ଏବଂ ମହୁ ମିଶାଇ ଖାଇବାଦ୍ୱାରା ହୃଦୟ ପରିଷ୍କାର ରହିଥାଏ । ଯାହାଦ୍ୱାରା ହାର୍ଟ ପର୍ୟ୍ୟନ୍ତ ସଠିକଭାବେ ରକ୍ତ ସଂଚାଳିତ ହୋଇଥାଏ ।

୨.ଉଚ୍ଚ ରକ୍ତଚାପରୁ ମୁକ୍ତି

ରସୁଣ ଖାଇବାଦ୍ୱାରା ଉଚ୍ଚ ରକ୍ତଚାପରୁ ଆରାମ ମିଳିଥାଏ । ତେଣୁ ଉଚ୍ଚ ରକ୍ତଚାପରେ ପୀଡିତଥିବା ବ୍ୟକ୍ତିଙ୍କୁ ରସୁଣ ଖାଇବାପାଇଁ ପରାମର୍ଶ ଦିଆଯାଇଥାଏ ।

୩.ଉଦରଜନିତ ରୋଗରୁ ଉପଶମ

ଉଦର ବା ପେଟଜନିତ ରୋଗ ଯଥା ଡାଇରିଆ କିମ୍ବା କୋଷ୍ଠକାଠିନ୍ୟ ରୋଗରୁ ମୁକ୍ତି ରସୁଣକୁ ଔଷଧରୂପେ ବ୍ୟବହାର କରିବାଦ୍ୱାରା ସୁଫଳ ମିଳିଥାଏ । ପାଣିକୁ ଫୁଟାଇ ସେଥିମଧ୍ୟରେ କିଛି ରସୁଣ ପାଖୁଡା ପକାନ୍ତୁ । ଖାଲିପେଟରେ ଏହି ପାଣିକୁ ସେବନ କରନ୍ତୁ ଏହାଦ୍ୱାରା ପେଟରୋଗରୁ ସୁଫଳ ମିଳିବ । କେବଳ ଏହା ନୁହେଁ ଶରୀର ଭିତରେ ମହଜୁଦ୍ଥିବା ବିଷାକ୍ତ ପଦାର୍ଥକୁ ମଧ୍ୟ ଶରୀରରୁ ନିର୍ଗତ କରିବାରେ ସହାୟତା କରେ ।

୪.ହଜମକ୍ରିୟାରେ ସାହାଯ୍ୟ କରେ

ରସୁଣରେ ହଜମକ୍ରିୟା ଗୁଣ ପୂର୍ଣମାତ୍ରାରେ ଭରିରହିଛି । ଖାଲିପେଟରେ ରସୁଣପାଖୁଡା ଚୋବାଇବାଦ୍ୱାରା ହଜମ ପ୍ରକ୍ରିୟା ଭଲଭାବେ ହୋଇଥାଏ ଏବଂ ଭୋକ ମଧ୍ୟ ଲାଗେ ।

୫.ଚିନ୍ତାରୁ ମୁକ୍ତି

ଆପଣଙ୍କୁ ଏହା ଜାଣି ଆଶ୍ଚର୍ୟ୍ୟ ଲାଗିବ କି ରସୁଣ ଚିନ୍ତାରୁ ମୁକ୍ତିଲାଭ ପାଇଁ ମଧ୍ୟ ସାହାର୍ୟ୍ୟ କରିଥାଏ । ଅନେକସମୟରେ ପେଟ ଭିତରେ ଏପରି ଏସିଡ ପ୍ରସ୍ତୁତ ହୋଇଥାଏ ଯାହାଦ୍ୱାରା ମନଭିତରେ ଅସ୍ଥିରତା ଦେଖାଯାଇଥାଏ । ରସୁଣ ଏହି ଏସିଡ ପ୍ରସ୍ତୁତ ହେବାରୁ ରୋକିଥାଏ । ନିୟମିତ ରସୁଣ ସେବନଦା୍ୱରା ମୁଣ୍ଡବ୍ୟଥା ମଧ୍ୟ ଦୂର ହୋଇଥାଏ ।

୬. ଦାନ୍ତ ବ୍ୟଥାରୁ ମିଳେ ଆରାମ

ରସୁଣରେ ଏଂଟିବ୍ୟାକ୍ଟେରିଆଲ ଏବଂ ବ୍ୟଥା ନିବାରଣ ଗୁଣ ଭରପୁର ମାତ୍ରାରେ ପୂରିରହିଛି । ଯଦି ଆପଣଙ୍କ ଦାନ୍ତ ବ୍ୟଥା କରେ ରସୁଣର ଏକ ପାଖୁଡାକୁ ପେଶି ବ୍ୟଥା ହେଉଥିବା ସ୍ଥାନରେ ଲେପ ପ୍ରସ୍ତୁତ କରି ଲଗାନ୍ତୁ ଏହାଦ୍ୱାରା ଦାନ୍ତ ବ୍ୟଥାରୁ ଉପଶମ ମିଳିବ

୭.ଥଣ୍ଡା-କାଶରୁ ଉପଶମ

ରସୁଣ ଖାଇବାଦ୍ୱାରା ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଥଣ୍ଡା,କାଶ, ଆଜ୍ମା,ନିମୋନିଆ ,ବ୍ରୋଙ୍କାଇଟିସ ଭଳି ରୋଗର ଚିକିତ୍ସାପାଇଁ ଏହା ପ୍ରାକୃତିକ ଔଷଧ ଭଳି କାର୍ୟ୍ୟ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More