Only for Entertainment

ଦାନ୍ତ ସେନ୍ସିଟିଭ ହେଉ କିମ୍ବା ହଳଦିଆ, ସମସ୍ତ କ୍ଷେତ୍ରରେ ପ୍ରଭାବ ପକାଏ ଟୁଥପେଷ୍ଟ ।

food.ndtv.com
0 49

ଟିଭିରେ ଟୁଥପେଷ୍ଟକୁ ନେଇ ବିଭିନ୍ନ ପ୍ରକାରର ବିଜ୍ଞାପନ ଦେଖିôବାକୁ ମିଳିଥାଏ । ତେବେ ଏହାର ରଙ୍ଗକୁ ନେଇ କୌଣସି ଦ୍ୱନ୍ଦ ରହିବା ଅନୁଚିତ । ରଙ୍ଗରେ ସେଭଳି କିଛି ଭିନ୍ନତା ନଥାଏ ଯାହା ଆପଣମାନେ ଭାବନ୍ତି । କିନ୍ତୁ ବାସ୍ତବରେ ଏଥିରେ ବ୍ୟବହୃତ ଦ୍ରବ୍ୟ ଏବଂ ଏହାର ଫାଇଦା ବିଷୟରେ ଜାଣିବା ଉଚିତ ।

ଦାନ୍ତ ସମସ୍ୟା ବିଷୟରେ ଆଲୋଚନା କଲେ ଜଣାଯାଏ ଯେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ । ଅଧିକ ଥଣ୍ଡା କିମ୍ବା ଗରମ ଖାଦ୍ୟ ଖାଇବା ଦ୍ୱାରା ଦାନ୍ତରେ ସମସ୍ୟା ଦେଖା ଦେଇଥାଏ । ଟୁଥପେଷ୍ଟରେ ଥିବା ପୋଟାସିୟମ ନାଇଟ୍ରେଟ ଦାନ୍ତ ଦରଜରୁ ଆରାମ ଦେଇଥାଏ କିନ୍ତୁ ଏହାର ଚିକିତ୍ସା କରିନଥାଏ । ଏଥିପାଇଁ ଡେଂଟିଷ୍ଟଙ୍କୁୁ ଦେଖା କରିବା ଉଚିତ ।

ଧୂମ୍ରପାନ କରିବା ଦ୍ୱାରା ଏବଂ ଅଧିକ ସମୟ ଚା ଓ କଫି ପିଇବା ଦ୍ୱାରା ଦାନ୍ତ ହଳଦିଆ ପଡ଼ିଯାଏ । ତେଣୁ ଦାନ୍ତକୁ ଧଳା କରିବା ପାଇଁ ହ୍ୱାଇଟନିଂ ଟୁଥପେଷ୍ଟ ବ୍ୟବହାର କରାଯାଏ । ଯେଭଳି ବେକିଂ ସୋଡା ଏବଂ ହାଇଡ୍ରୋଜେନ ପେରକ୍ସାଇଡ । କିନ୍ତୁ ଲମ୍ବା ସମୟ ଧରି ଏହାକୁ ବ୍ୟବହାର କରିବା ଦ୍ୱାରା ଦାନ୍ତ ସମ୍ବେଦନଶୀଳ ହୋଇଯାଏ । ତେଣୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ।

୧୯୬୦ରେ ଆମେରିକା ଡେଂଟଲ ଏସୋସିଏସନ ଟୁଥପେଷ୍ଟକୁ ସ୍ୱୀକୃତି ଦେଇଥିଲେ । ଏଥିରେ ଥିବା ଫ୍ଲୋରାଇଡ କ୍ୟାଭିଟିରୁ ରକ୍ଷା କରିଥାଏ । କିନ୍ତୁ ୬ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଏହା କ୍ଷତିକାରକ ।

ଖାଇ ସାରିବା ପରେ ଭଲ ଭାବରେ କୁଳି କରିବାକୁ ଡାକ୍ତ ପରାମର୍ଶ ଦେଇଥାନ୍ତି । ଏଥିପାଇଁ ଟାର୍ଟର ନିୟନ୍ତ୍ରଣ ଟୁଥପେଷ୍ଟ ବ୍ୟବହାର କରାଯାଏ । କିନ୍ତୁ ଏହା ସବୁବେଳେ ସମ୍ଭବ ହୋଇନଥାଏ । ତେଣୁ ସବୁବଳେ ଭଲ ଭାବରେ କୁଳି କରିବା ଦାନ୍ତ ପାଇଁ ଲାଭଦାୟକ ହୋଇଥାଏ ।

ଋାସାୟନିକ ପଦାର୍ଥ ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରିବା ଅନୁଚିତ । ଏହା କର୍କଟ ରୋଗର କାରଣ ହୋଇପାରେ । ତେଣୁ ସର୍ବଦା ପ୍ରାକୃତିକ ପଦାର୍ଥରେ ତିଆରି ପେଷ୍ଟ ବ୍ୟବହାର କରିବା ଉଚିତ । ଏହା ସହିତ ବିନା ଜେଲରେ ପ୍ରସ୍ତୁତ ଟୁଥପେଷ୍ଟ ବ୍ୟବହାର କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More