Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଏଗ ଫ୍ରାଏଡ ରାଇସ ।

911foodexpress.com
0 66

ରୋଷେଇ ଘରର ମୁଖ୍ୟ ଖାଦ୍ୟ ହେଉଛି ଅନ୍ନ । ତେଣୁ ଅନ୍ନକୁ ନେଇ ବିଭିନ୍ନ ପ୍ରକାରର ଡିସ ପ୍ରସ୍ତୁତ କରାଯାଏ । ଆପଣ ମଧ୍ୟ ଘରେ ରେଷ୍ଟୁରାଂଟ ଭଳି ଖାଦ୍ୟ ପ୍ରସ୍ତୁତ କରିପାରିବେ । ତେବେ ଚାଲନ୍ତୁ ଅନ୍ନକୁ ନେଇ ଜାଣିବା ଏଗ ଫ୍ରାଏଡ ରାଇସର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକୀୟ ସାମଗ୍ରୀ-ତେଲ,ପିଆଜ, ରସୁଣ ପେଷ୍ଟ,ଗାଜର ଗ୍ରାମ,ଗ୍ରୀନ ମଟର ଗ୍ରାମ,ପିଆଜ ଶଣ୍ଢା,ଅଣ୍ଡା,ସୋୟା ସସ,ଲୁଣ,ଗୋଲମରିଚ ଗୁଣ୍ଡ ଓ ଅନ୍ନ ।

ପ୍ରସ୍ତୁତି ପ୍ରଣାଳୀ- ପ୍ୟାନରେ ତେଲ ଗରମ କରି କଟା ପିଆଜ ପକାନ୍ତୁ । ଏହାପରେ ରସୁଣ ପେଷ୍ଟ ପକାଇ ୨ରୁ ୩ ମିନିଟ ପାଇଁ ଭାଜନ୍ତୁ । ରଙ୍ଗ ପରିବର୍ତ୍ତନ ହେବା ପରେ କଟା ଗାଜର,ମଟର ଓ ପିଆଜ ଶଣ୍ଢା ପକାଇ ୭ରୁ ୧୦ ମିନିଟ ପାଇଁ ଭାଜନ୍ତୁ । ଏହି ସମୟରେ ଅନ୍ୟ ଏକ ପ୍ୟାନରେ ଅଣ୍ଡାକୁ ପକାଇ ଅମଲେଟ କରନ୍ତୁ । ଏହା ହୋଇଯିବା ପରେ ପୂର୍ବ ମିଶ୍ରଣ ଥିବା ପ୍ୟାନରେ ପକାନ୍ତୁ । ଏହାପରେ ଏଥିରେ ୨ ଚାମଚ ସୋୟା ସସ,ଲୁଣ,ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ମିଶାନ୍ତୁ । ଏହାପରେ ପିଆଜ ଶଣ୍ଢା ପକାଇ ୫୦୦ ଗ୍ରାମ ଅନ୍ନ ପକାନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ଏଗ ଫ୍ରାଏଡ ରାଇସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More