Only for Entertainment

ଇନଷ୍ଟାଗ୍ରାମରେ କାଇଲି ଜେନରଙ୍କୁ ପଛରେ ପକାଇଲା ବ୍ରାଉନ କଲର ଅଣ୍ଡା !

53

ଆସନ୍ତୁ ଜାଣିବା ଅଣ୍ଡାର ଫଣ୍ଡା, ଏହାନୁହେଁ କୌଣସି ମାମୁଲି ଅଣ୍ଡା । ଆଜ୍ଞା ହଁ ଗୋଟେ ଅଣ୍ଡା ସୋସିଆଲ ମିଡିଆରେ ଧମାଲ ମଚାଇବାରେ ଲାଗିଛି । ଏକ ବ୍ରାଉନ କଲର ଅଣ୍ଡାର ଫଟୋ ଇନଷ୍ଟାଗ୍ରାମରେ ଏତେ ଲାଇକ୍ସ ପାଇଛି ଯାହା ଶୁଣି ସମସ୍ତଙ୍କ ହୋଶ ଉଡିଯିବ । ଏହା ସତର ଆଶ୍ଚର୍ଯ୍ୟକର ଅଟେ । ସୋସିଆଲ ନେଟୱର୍କିଂ ସାଇଟରେ ଋଏଏ ଏଇଘଏ ଅକାଉଂଟରେ ଗୋଟିଏ ବ୍ରାଉନ କଲର ଅଣ୍ଡାର ଫଟୋ ଦେଖିବାକୁ ମିଳିଛି । ଯାହାର ଫ୍ୟାନ ଫଲୋଇଂଗ ୨.୫ମିଲିଅନ ଅଟେ । ଏବଂ ଏବେ ପର୍ଯ୍ୟନ୍ତ ଏହି ଫଟୋରେ ୨୪.୬ମିଲିଅନ ଲାଇକ ମିଳି ସାରିଲାଣି ।

ଏବେ ଆପଣଙ୍କୁ କହି ରଖୁଛୁ ଯେ ଏହା କିଭଳି ସମ୍ଭବ ହୋଇପାରିଛି । ଅସଲରେ ଅକାଉଂଟ ହୋଲ୍ଡର ଇନଷ୍ଟାଗ୍ରାମରେ ଏହି ଇଚ୍ଛା ଜାହିର କରିଥିଲେ ଯେ ଏହି ବ୍ରାଉନ ଅଣ୍ଡାର ଫଟୋକୁ ସବୁଠାରୁ ଅଧିକ ଲାଇକ ଥିବା ଫଟୋ ବନାନ୍ତୁ, ସେତେବେଳେ ତ ହୁଏତ ସେ ଏହା ଭାବି ନଥିବ ଯେ ଏହା ସମ୍ଭବ । ପ୍ରାଉନ କଲର ଏହି ଅଣ୍ଡାର ଫଟୋ ସବୁଠାରୁ ଅଧିକ ଲାଇକ ପାଇଁ ୱାର୍ଲ୍ଡ ରେକର୍ଡ କରିଛି । ଏହାପୂର୍ବରୁ ବିଶ୍ୱର ସବୁଠାରୁ ଅଧିକ ଲାଇକ ଫଟୋ ତାଲିକାରେ କାଇଲି ଜେନରଙ୍କ ନାଁ ଥିଲା କାରଣ ତାଙ୍କୁ ୧୮ମିଲିଅନ ଲାଇକ୍ସ ମିଳିଥିଲା ।

ଏବେ ବ୍ରାଉନ ରଂଗର ଅଣ୍ଡା ସବୁଠାରୁ ଅଧିକ ଲାଇକ୍ସ ନେଇ ୱାର୍ଲ୍ଡ ରେକର୍ଡ କରିଛି । ଏହି ସଫଳତା ପରେ ଅକାଉଂଟ ହୋଲ୍ଡର ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More