Only for Entertainment

ଅଣ୍ଡା ହର୍ବାଲ ନା ଆୟୁର୍ବେଦ?

youtube
0 61

ଅଣ୍ଡା ଭେଜ ନା ନନଭେଜ ଏହାକୁ ନେଇ ଗବେଷଣା କରାଯାଇଛି । ବହୁତ ଲୋକ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି । କେତେକ ଲୋକ ଏହାକୁ ସ୍ୱାସ୍ଥ୍ୟବର୍ଦ୍ଧକ ଖାଦ୍ୟ ବୋଲି ମାନନ୍ତି । କାରଣ ଏଥିରେ ପ୍ରଚୁର ମାତ୍ରାରେ ପ୍ରେଟିନ ରହିଛି । କିନ୍ତୁ ଏବେ ବହୁତ ଲୋକ ଏହାକୁ ହର୍ବାଲ ବା ୟାୟୁର୍ବେଦିକ ବୋଲି ମାନୁଛନ୍ତି ବା ଏହା ମଧ୍ୟରେ ଅନ୍ୟ ଏକ ଚର୍ଚ୍ଚା ମଧ୍ୟ ହେଉଛିଯେ ଅଣ୍ଡା ହର୍ବଲ ନା ଆୟୁର୍ବେଦିକ । ଅଣ୍ଡା ଉପରେ ରିସର୍ଚ କରିଥିବା ବିଶେଷଜ୍ଞଙ୍କ ଏକ ପ୍ରକାର ଅଣ୍ଡା ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଆୟୁର୍ବେଦରେ ବ୍ୟବହାର ହେଉଥିବା ପଦାର୍ଥର ଉପଯୋଗ କରାଯାଇଛି । ସେମାନଙ୍କ କହିବା ଅନୁସାରେ ହର୍ବାଲ ଅଣ୍ଡାରେ ସାମାନ୍ୟ ଅଣ୍ଡା ଠାରୁ ଅଧିକ ଗୁଣ ରହିଥାଏ । କିନ୍ତୁ ପ୍ରଶ୍ନ ହେଉଛି ଯେ କ’ଣ ଅଣ୍ଡାକୁ ହର୍ବାଲ କିମ୍ବା ଆୟୁର୍ବେଦ ସହ ଯୋଡ଼ାଯାଇପାରିବ । କାରଣ ଆୟୁର୍ବେଦ ଗ୍ରନ୍ଥ ଅନୁସାରେ ଏହାକୁ ଭୋଜନ ଭାବରେ ମାନ୍ୟତା ଦିଆଯାଇ ନାହିଁ । କିନ୍ତୁ ଏକ ଆୟୁର୍ବେଦ ଜିନିଷ ପ୍ରସ୍ତୁତ ପାଇଁ ଅଣ୍ଡାର ଖୋଳାକୁ ବ୍ୟବହାର କରାଯାଉଛି ।

କୁକୁଡ଼ା ଫାର୍ମରେ କୁକୁଡ଼ାକୁ କେିକଲ ଯୁକ୍ତ ପ୍ରୋଟିନ ଦିଆଯାଉଛି । ଷ୍ଟେରଏଡସ ଦିଆଯାଉଛି । ରୋଗରୁ ବଂଚିବା ପାଇଁ ଆଂଟି ବାୟୋଟିକ ମଧ୍ୟ ଦିଆଯାଉଛି । ଯାହାର ପ୍ରଭାବ ଅଣ୍ଡାଉପରେ ପଡ଼ୁଛି । ଏହିଭଳି ଅଣ୍ଡା ବା ଚିକେନରୁ ଆଂଟି ବାୟୋଟିକ ମିଳୁଛି ।

ହର୍ବାଲ ଅଣ୍ଡାର ରଙ୍ଗ ସାମାନ୍ୟ ଗୋଲାପି ଯାହାର ମୂଲ୍ୟ ୧୦ରୁ ୧୫ ଟଙ୍କା ଏବଂ ସାଧାରଣ ଅଣ୍ଡାର ମୂଲ୍ୟ ତାହା ଠାରୁ କମ । ହାଇଦରାବାଦରେ ଏଭଳି ଅଣ୍ଡା ପ୍ରସ୍ତୁତ କରାଯାଉଛି ଯାହାର ମୂଲ୍ୟ ୨୨ ଟଙ୍କା । ତେବେ ଏଭଳି ସମସ୍ତ କଥାକୁ ଯୋଡ଼ି କୁହାଯାଉଛିଯେ ଅଣ୍ଡା ହର୍ବାଲ ନା ଆୟୁର୍ବେଦିକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More