Only for Entertainment

ଏଗ୍‌ଲେସ୍‌ କୋକୋନଟ୍‌ କୁକିଜ୍‌ ପ୍ରସ୍ତୁତି ପ୍ରଣାଳୀ

YouTube
28

ସାମଗ୍ରୀ:

ଏକ କପ୍‌ ମଇଦା, ୧/୨ଟି ସ୍ପୁନ୍‌ ବେକିଂ ପାଉଡର, ୧/୨ କପ୍‌ ଚିନି ଗୁଣ୍ଡ, ୧/୨ କପ୍‌ ବଟର, ୨-୩ ବୁନ୍ଦା ଭାନିଲା ଏସେନ୍ସ, ୩/୪ କପ୍‌ ଦରଶୁଖିଲା ନଡ଼ିଆ ପାଉଡର, ୧ ଟେବଲ୍‌ ସ୍ପୁନ୍‌ କ୍ଷୀର।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଓଭନ୍‌କୁ ୩୫୦ ଡିଗ୍ରୀ ଫାରେନ୍‌ହାଇଟ୍‌ରେ ୧୦-୧୨ ମିନିଟ୍‌ ପର୍ଯ୍ୟନ୍ତ ଗରମ କରିଦିଅନ୍ତୁ। ଏକ ପାତ୍ରରେ ମଇଦା ଏବଂ ବେକିଂ ପାଉଡର ଏକାଠି ଗୋଳାଇ ଦିଅନ୍ତୁ। ଏକ ବଡ଼ ଛଣା ସାହାଯ୍ୟରେ ଏହାକୁ ଚଲାଇ ଦିଅନ୍ତୁ, ଯେପରି କୌଣସି ଖଦଡ଼ା ନ ରହେ। ଅନ୍ୟ ଏକ ପାତ୍ରରେ ବଟର ଏବଂ ଗୁଣ୍ଡ ଚିନିକୁ ଭଲ ଭାବେ ମିଶାଇ ଦିଅନ୍ତୁ। ବଟର ଯଦି ବିନା ଲୁଣ ହୋଇଥାଏ ତେବେ ସାମାନ୍ୟ ଲୁଣ ପକାନ୍ତୁ। ଏହି ମିଶ୍ରଣରେ ଭାନିଲା ଏସେନ୍ସ ଏବଂ ନଡିଆଗୁଣ୍ଡ ପକାଇ ମିଶାନ୍ତୁ। ବର୍ତ୍ତମାନ ମଇଦା ଏବଂ ବେକିଂ ପାଉଡର ମିଶ୍ରଣକୁ ପକାଇ ଗୋଳାନ୍ତୁ। ଶେଷରେ ସେଥିରେ ଆବଶ୍ୟକ ଅନୁଯାୟୀ ଅଳ୍ପ ଅଳ୍ପ କ୍ଷୀର ମିଶାଇ ଚକଟନ୍ତୁ, ଯେପରି ମିଶ୍ରଣକୁ ହାତରେ ଗୋଲ କରିହେବ। ବେକିଂ ଟ୍ରେ ଉପରେ ତେଲ କିମ୍ବା ଆଲୁମିନିୟମ୍‌ ଫଏଲ୍‌ ଲଗାଇ ଗୋଲ କରିଥିବା ମିଶ୍ରଣକୁ ଚାପି ପେଡା ଭଳି କରି ଏହା ଉପରେ ରଖନ୍ତୁ। ପୂର୍ବରୁ ଗରମ କରିଥିବା ଓଭନ୍‌ରେ ଟ୍ରେକୁ ରଖି ସେହି ତାପମାତ୍ରାରେ ୧୮-୨୦ ମିନିଟ୍‌ ରଖନ୍ତୁ। ଏହା ଅଳ୍ପ ଫୁଲିବା ସହ ରଙ୍ଗ ସାମାନ୍ୟ ହଳଦିଆ ଦେଖାଯିବ।

ବର୍ତ୍ତମାନ ଟ୍ରେକୁ ବାହାରକୁ କାଢି ସାଧାରଣ ତାପମାତ୍ରାରେ ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ। କିଛି ସମୟ ପରେ କୁକିଜ୍‌ ପ୍ରସ୍ତୁତ ହୋଇ ମୁଡ୍‌ମୁଡ୍‌ ହୋଇଯିବ। ଏହାକୁ ଏୟାର୍‌ ଟାଇଟ୍‌ ଡବାରେ ରଖି ଯେବେ ଇଛା ଖାଇପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More