Only for Entertainment

ଫିଲ୍ମ ‘ଲଡ଼କୀ କୋ ଦେଖା ତୋ ଐସା ଲଗା’ ର ଦ୍ୱିତୀୟ ପୋଷ୍ଟର ରିଲିଜ ।

instagram
32

ବଲିଉଡ ଅଭିନେତ୍ରୀ ସୋନମ କପୁର ଆହୁଜା ଏବଂ ଅଭିନେତା ରାଜକୁମାର ରାଓଙ୍କ ଅଭିନୀତ ଫିଲ୍ମ ଏକ ଲଡ଼କୀ କୋ ଦେଖା ତୋ ଐସା ଲଗାର ଦ୍ୱିତୀୟ ପୋଷ୍ଟର ରିଲିଜ ହୋଇଛି । ପୋଷ୍ଟରରେ ସୋନମ ବାପା ଅନିଲ କପୁରଙ୍କ କାନ୍ଧରେ ମଥା ରଖିଥିବାର ନଜର ଆସିଛନ୍ତି । ଫ୍ୟାନ୍ସ ଏହି ପୋଷ୍ଟରକୁ ଖୁବ ପସନ୍ଦ କରୁଛନ୍ତି । ତେବେ ପୋଷ୍ଟର ଶେୟାର କରି ଅନିଲ କପୁର କ୍ୟାପ୍ସନରେ ଖୁବ ଉତ୍ସାହିତ ଥିବା କଥା ଲେଖିଛନ୍ତି ।

 

କେବଳ ଫଟୋ ନୁହେଁ ବରଂ ଏହା ସହିତ ଫିଲ୍ମର ରିଲିଜ ଡେଟ ସାମ୍ନାକୁ ଆସିଛି । ଫିଲ୍ମର ଟ୍ରେଲର ୨୭ ଡିସେମ୍ବରକୁ ରିଲିଜ ହେବ । ତେବେ ନିକଟରେ ଫିଲ୍ମର ସ୍କ୍ରିପ୍ଟ ଏବଂ ଦୃଶ୍ୟକୁ ନେଇ କେଦାରନାଥ ଭଳି ବିବାଦ ସାମ୍ନାକୁ ଆସିଛି । ଫିଲ୍ମରେ ଲଭ ଜିହାଦକୁ ସ୍ଥାନ ଦିଆଯାଇଛି ବୋଲି ଅଭିଯୋଗ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More