Only for Entertainment

‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’ର ଟ୍ରେଲର ରିଲିଜ, ସାମ୍ନାକୁ ଆସିଲା ଫ୍ୟାନ୍ସଙ୍କ ରିଆକ୍ସନ ।

Parksidetraceapartments
17

ସୋନମ କପୁର ଏବଂ ରାଜକୁମାର ରାଓ ଷ୍ଟାରର ଫିଲ୍ମ ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’ର ଟ୍ରେଲର କିଛି ସମୟ ପୂର୍ବରୁ ରିଲିଜ କରାଯାଇଛି । ଫିଲ୍ମରେ ରାଜ କୁମାର ରାଓ ଏବଂ ସୋନମ କପୁରଙ୍କ ମଧ୍ୟରେ Unexpected Romance ଦେଖିବାକୁ ମିଳିବ । ଫିଲ୍ମରେ ସୋନମ ଏବଂ ରାଜକୁମାରଙ୍କ ବ୍ୟତୀତ ଅନୀଲ କପୁର ଏବଂ ଜୁହୀ ଚାୱଲା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ପ୍ରଥମ ଥର ପାଇଁ ସୋନମ ପିତା ଅନୀଲ କପୁର ଏବଂ ଅଭିନେତା ରଜକୁମାର ରାଓଙ୍କ ସହିତ ସ୍କ୍ରିନ ସେୟାର କରିବେ । ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମରେ ଅନୀଲ କପୁର ଏବଂ ରାଜକୁମାର ରାଓଙ୍କ ଭୂମିକା ଖୁବ ଇମ୍ପ୍ରେସିଭ ରହିଛି ।

୨ମିନିଟ ୩୪ ସେକେଣ୍ଡର ଏହି ଟ୍ରେଲରରେ ରାଜକୁମାର ରାଓ ଏବଂ ସୋନମ କପୁରଙ୍କ ମଧ୍ୟରେ ଲଭ ଆଙ୍ଗେଲ ଏବଂ ବାପ-ଝିଅର ବଣ୍ଡିଂ ନଜର ଆସିଛି । ଫିଲ୍ମର ଟ୍ରେଲରକୁ ସୋସିଆଲ ମିଡିଆରେ ଦର୍ଶକଙ୍କ ପଜିଟିଭ ରେସ୍ପନ୍ସ ମିଳିଛି । ଲମ୍ବା ବ୍ୟବଧାନ ପରେ ଜୁହୀଙ୍କ ରୂପେଲୀ ପରଦାରେ ଦେଖିବାକୁ ମିଳିବ । ପିତାଙ୍କ ରୋଲରେ ଅନୀଲ ପରଫେକ୍ଟ ଲାଗୁଥିବା ବେଳେ ଫ୍ୟାନ୍ସ ରାଜକୁମାର ରାଓଙ୍କ ଭୂମିକାରୁ ଖୁବ ପସନ୍ଦ କରିଛନ୍ତି । କେବଳ ଫ୍ୟାନ୍ସ ନୁହଁନ୍ତି ସିନିୟର କ୍ରିଟିକ୍ସ ମଧ୍ୟ ଫିଲ୍ମର ଟ୍ରେଲରକୁ ପ୍ରଶଂସା କରିଛନ୍ତି । ଫିଲ୍ମ ୧ ଫେବୃଆରୀ ୨୦୧୯ରେ ରିଲିଜ ହେବ ।

ଦେଖନ୍ତୁ ଟ୍ରେଲର-


Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More