Only for Entertainment

ରିଲିଜ ହେଲା ଫିଲ୍ମ ‘ ଏକ ଲଡକି କୋ ଦେଖା ତୋ ଏସା ଲଗା ‘ର ‘ଇଷ୍କ ମିଠା’ ଗୀତ, ଏକାଠି ନଜର ଆସିଲେ ବାପା ଏବଂ ଝିଅ !

31

ସୋନମ କପୁର ଏବଂ ରାଜକୁମାର ରାଓଙ୍କ ଫିଲ୍ମ ‘ ଏକ ଲଡକି କୋ ଦେଖା ତୋ ଏସା ଲଗା ‘ ଖୁବ ଶୀଘ୍ର ସିନେମା ଘରେ ରିଲିଜ ହେବାକୁ ଯାଉଛି । କିଛି ଦିନ ହେବ ଏହି ଫିଲ୍ମକୁ ସୋସିଆଲ ମିଡିଆରେ ଖୁବ ମାତ୍ରାରେ ପ୍ରମୋଟ କରାଯାଉଛି । ଏହି ଫିଲ୍ମର ଗୋଟିଏ ଗୀତ ରିଲିଜ ହୋଇଥିଲା । ଅନ୍ୟ ଗୀତଟି ରିଲିଜ ହେବା ପୂର୍ବରୁ ଫିଲ୍ମ ନିର୍ମାତା ଏହି ଫିଲ୍ମର ଗୀତର ଛୋଟ ଝଲକ ସୋସିଆଲ ମିଡିଆରେ ଜାରି କରିଥିଲେ ।

ତେବେ ବର୍ତ୍ତମାନ ଗୀତଟି ରିଲିଜ ହୋଇଛି । ଏହି ଗୀତରେ ଅନୀଲ କପୂର ଏବଂ ସୋନମ କପୂରଙ୍କ ଝଲକ ଦେଖିବାକୁ ମିଳିଛି । ଏହି ଗୀତରେ ଅନୀଲ କପୂର ଭାଙ୍ଗଡା କରୁଥିବାର ନଜର ଆସିଛନ୍ତି ।

ଆପଣଙ୍କୁ ଏଠାରେ ଜଣାଇ ରଖୁଛୁ ଯେ ସୋନମ କପୂର ପ୍ରଥମ ଥର ଅନୀଲ କପୂରଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି । ସେ ଏହି ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା କରିଛନ୍ତି ଶୈଲୀ ଚୋପ୍ରା । ଫିଲ୍ମରେ ସୋନମ କପୂର, ରାଜକୂମାର ରାଓ, ଅନୀଲ କପୂର ଏବଂ ଜୁହି ଚାୱଲା ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More