Only for Entertainment

ରିଲିଜ ହେଲା ଆଗାମୀ ବଲିଉଡ୍ ଆକ୍ସନ୍ – ରୋମାଂଟିକ୍ ଚଳଚ୍ଚିତ୍ର ‘ମରଜାୱାଁ’ର ଆଇଟମ୍ ଗୀତ ‘ଏକ୍ ତୋ କମ୍ ଜିନ୍ଦଗାନି’ର ମେକିଂ ଭିଡିଓ !

29

ଆଗାମୀ ବଲିଉଡ୍ ଆକ୍ସନ୍ – ରୋମାଂଟିକ୍ ଚଳଚ୍ଚିତ୍ର ‘ମରଜାୱାଁ’ର ଆଇଟମ୍ ଗୀତ ‘ଏକ୍ ତୋ କମ୍ ଜିନ୍ଦଗାନି’କୁ ଦର୍ଶକ ବେଶ ପସନ୍ଦ କରିସାରିଛନ୍ତି । ବଲିଉଡର ଲେଟେଷ୍ଟ ଡ୍ୟାନ୍ସିଂ ସେନସେସନ୍ ନୋରା ଫତେହିଙ୍କୁ ଦେଖିବାକୁ ମିଳିଛି ଏଥିରେ । ନୋରାଙ୍କ ଆକର୍ଷଣୀୟ ଡ୍ୟାନ୍ସ ଏହି ଗୀତକୁ କରିଛି ଆଟ୍ରାକ୍ଟିଭ୍ । ଗୀତକୁ ରିଲିଜ କରିବା ପରେ ଏବେ ପ୍ରଡକ୍ସନ ହାଉସ ଏହାର ମେକିଂ ଭିଡିଓ ଜାରି କରିଛି । ଗୀତ ସୁଟିଂ ସମୟର କିଛି ଜଣାଅଜଣା ସିନକୁ ଏହି ମେକିଂ ଭିଡିଓରେ ସ୍ଥାନ ଦିଆଯାଇଛି । ପରଦା ପଛରେ କଳାକାର ଓ କ୍ରିୟ୍ୟୁ ସଦସ୍ୟଙ୍କ ପରିଶ୍ରମ,ମେକରଙ୍କ ମେକିଂକୁ ସ୍ଥାନ ଦିଆଯାଇଛି ।


ଗୀତରେ ଫିଲ୍ମର ଲିଡ୍ ଷ୍ଟାର୍ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ବିଗତ ଦିନର ସୁପରହିଟ୍ ଗୀତକୁ ନେଇ ରିକ୍ରିଏଟ୍ କରିଛନ୍ତି ମେକର୍ । ଆଉ ଏହି ନୂଆ ଭର୍ସନ୍ ଗୀତରେ କଣ୍ଠଦାନ୍ କରିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର୍ ଓ ୟଶ୍ ନାଭରେକର୍ । ନେହା ଜବରଦସ୍ତ ଗାୟିକୀ ସାଙ୍ଗକୁ ନୋରାଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ପସନ୍ଦ ଆସୁଥିବା ଦେଖିବାକୁ ମିଳୁଛି । ଏହି ନୂଆ ଭର୍ସନ୍ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ତନିଷ୍କ ବାଗଚି । ଟିସିରିଜ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ମିଲାପ୍ ଜାଭେରି । ୮ ନଭେମ୍ବରରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ମରଜାୱାଁ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More