Only for Entertainment

ଭାଇ ତୁଷାର କପୁରଙ୍କୁ ଗିରଫ କରିବା ପାଇଁ ରାଗରେ ପୋଲିସ ଡକାଇଥିଲେ ଏକତା କପୁର

DNA India
30

ନିକଟରେ ଟେଲିଭିଜନର ଲୋକପ୍ରିୟ ସଫଳ ପ୍ରଡ୍ୟୁସର ଏକତା କପୁର ଓ ତାଙ୍କ ଭାଇ ତୁଷାର କପୁର ଟିଭିର ଲୋକପ୍ରିୟ ସୋ’ ‘ଦ କପିଲ ଶର୍ମା ସୋ’ରେ ଯୋଗ ଦେଇଥିଲେ । ସେ ଏଠାରେ ନିଜ ଜୀବନ ସହିତ ଜଡିତ ଅନେକ ଅଜଣା ଘଟଣାର ଖୁଲାସା କରିଥିଲେ । ଏହା ସହିତ ସେ ଭାଇ ତୁଷାରଙ୍କ ସହିତ ତାଙ୍କ ସମ୍ପର୍କ ବିଷୟରେ ମଧ୍ୟ କହିଥିଲେ । ଏକତା କହିଥିଲେ କି, ଥରେ ସେ ତୁଷାରଙ୍କ ଉପରେ ଏତେ ମାତ୍ରାରେ ରାଗିଥିଲେ ଯେ, ରାଗରେ ସେ ପୁଲିସକୁ ଫୋନ୍ କରିଦେଇଥିଲେ ।

ekta

ଏକତା କହିଥିଲେ କି, ସବୁ ଭାଇ ଭଉଣୀଙ୍କ ଭଳି ଆମ ଭିତରେ ମଧ୍ୟ ଝଗଡା ହୁଏ । ଶୁଣିଲେ ଆଶ୍ଚଯ୍ୟ ଲାଗିବ ଯେ, ଥରେ ଆମ  ଫ୍ୟାମିଲି ତିରୁପତି ଯାଉଥିଲେ ବାଟରେ କୌଣସି କଥା ଯୋଗୁଁ ଆମ ଭିତରେ ଝଗଡା ହେଲା । ଏହି ଝଗଡାରେ ତୁଷାର ମୋ ନାକରେ ମାରିବାରୁ ମୋତେ ବହୁତ ରାଗ ଲାଗିଲା ଓ ରାଗରେ ମୁଁ ପୋଲିସକୁ ଫୋନ କରି ଦେଇଥିଲି । ଏକତା କହିଛନ୍ତି କି, ଆମେ ଦୁହେଁ ଫ୍ୟାମିଲ ଟ୍ରିପରେ ଗଲେ ଗୋଟିଏ କାରରେ କେବେ ବି ଯାଉନାହିଁ କାରଣ ଆମ ଦୁହିଁଙ୍କ ଭିତରେ ସବୁବେଳେ ଝଗଡା ହୁଏ ।

ସେହିଭଳି ତୁଷାର ମଧ୍ୟ କହିଥିଲେ କି, ଯେତେବେଳେ ଆମେ ଦୁହେଁ ସ୍କୁଲ ଯାଉ ଥିଲୁ ସେତବେଳେ ଆମ ଦୁହିଁଙ୍କ ଭିତରେ ଏତେ ଝଗଡା ହେଉଥିଲା କି ଆମେ ଦୁହେଁ ଦୁହିଁଙ୍କ ସାର୍ଟ ଫାଡି ଦେଉ । ତା’ ପରେ ଡ୍ରେସ ବଦଳାଇବାକୁ ଘରକୁ ଆସିବାକୁ ପଡେ ଓ ସେଥିପାଇ ସ୍କୁଲ ଡେରି ହୋଇଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More