Only for Entertainment

ବିବାହ ନ କରି ମା ହେଲେ ଏକତା କପୁର ।

bollywood tadka
78

ବଲିଉଡ ଇଣ୍ଡଷ୍ଟ୍ରିରେ ଏଭଳି କିଛି ମା ଅଛନ୍ତି ଯେଉଁମାନେ ସରୋଗେସି ବାପାମାଆ ହୋଇଛନ୍ତି । ଆମୀର ଖାନ, ସୋହେଲ ଖାନ, ଶାହାରୁଖ ଖାନ ଏବଂ ସନି ଲିଓନ ଙ୍କ ଲିଷ୍ଟରେ ଏବେ ଯୋଡ଼ି ହୋଇ ଯାଇଛନ୍ତି ପ୍ରସିଦ୍ଧ ପ୍ରଯୋଜକ ଏକତା କପୁର । ଭାଇ ତୁଷାର କପୁର ପରେ ଏବେ ଏକତା କପୁର ମଧ୍ୟ ସରୋଗେସିରେ ଏକ ପୁଅର ମା ହୋଇ ସାରିଛନ୍ତି । ଅବଶ୍ୟ ଏପର୍ଯ୍ୟନ୍ତ ଏକତା ବିବାହ କରିନାହାଁନ୍ତି କିନ୍ତୁ ସରୋଗେସିରେ ମା ହେବାର ସ୍ୱପ୍ନ ତାଙ୍କର ପୂରଣ ହୋଇଯାଇଛି ।

୨୭ ଜାନୁୟାରୀକୁ ଏକତା ମା ହେଲେ । ଖବର ଅନୁସାରେ ଛୁଆ ସଂପୂର୍ଣ୍ଣ ସୁସ୍ଥ ଅଛି ଏବଂ ସେ ଖୁବଶୀଘ୍ର ଏକତାଙ୍କ ଘରକୁ ଆସିଯିବ । ଯଦି ଏକତାଙ୍କ ଭାଇ ତୁଷାରଙ୍କ କଥା ଆଲୋଚନା କରିବା ତେବେ ୩ ବର୍ଷ ପୂର୍ବରୁ ସେ ସରୋଗେସି ଜରିଆରେ ବାପା ହୋଇ ସାରିଛନ୍ତି ।

କହିରଖୁଛୁଯେ କିଛି ଦିନ ପୂର୍ବରୁ ଏକତା କହିଥିଲେଯେ ମୁଁ ବିବାହ ତ କରିବି ନାହିଁ କିନ୍ତୁ ମା ନିହାତି ହେବି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More