Only for Entertainment

ଏବେ ଛୋଟ ପରଦାରେ ନଜର ଆସିବ ଦେହଜୀବି ମାନଙ୍କ ଜୀବନ କାହାଣୀ !

24.hu
0 85

ପ୍ରସିଦ୍ଧ ଟିଭି ଏବଂ ଫିଲ୍ମ ପ୍ରଯୋଜକ ଏକତା କପୁର ଖୁବଶୀଘ୍ର କାମସୂତ୍ର ଉପରେ ଆଧାରିତ ଏକ ସୋ’ ଲଂଚ କରିବାକୁ ଯାଉଛନ୍ତି । ଏହାର ସ୍କ୍ରିପ୍ଟ କାମ ଆରମ୍ଭ ହୋଇଗଲାଣି ଏବଂ ନିଜେ ଏକତା ଏହାକୁ ସୁପରଭାଇଜ କରିବେ । ଖବର ମୁତାବକ ଏହି କାହାଣୀ ରାଜସ୍ତାନର ଗୋଲି ଜାତିର ମହିଳାଙ୍କ ଉପରେ ଆଧାରିତ ।

sex-racket_1522908200

ଏହି ସୋ’ ବାତ୍ୟାସାୟନ ଉପରେ ଆଧାରିତ ହେବ । ବିଶେଷ ସୂତ୍ରରୁ ପ୍ରକାଶ ଯେ ଏହା କାଳ୍ପନିକ ଅଟେ ଯାହାକି ରାଜସ୍ଥାନରେ ରହୁଥିବା ଗୋଲି ଜାତି ଲୋକଙ୍କ ଉପରେ ଆଧାରିତ ଅଟେ । ମାନ୍ୟତା ରହିଛି କି ପୂର୍ବେ ଏହି ଜାତିର ମହିଳାମାନେ ମହାରାଜାଙ୍କର ରକ୍ଷିତା ହୋଇ ରହିଥାଆନ୍ତି ଯେଉଁ ମହଲରେ ରାଣୀ ମଧ୍ୟ ରହିଥାଆନ୍ତି ।

ekta-kapoor_1521197585

ଶୁଣିବାକୁ ମିଳିଛି ଯେ ବୈଶ୍ୟା ହେବା ପରେ ମଧ୍ୟ ଗୋଲି ଜାତିର ମହିଳା ମାନେ ସ୍ୱାଧୀନ ଭାବେ ନିଜର ଜୀବନ ଅତିବାହିତ କରୁଥିଲେ ଏବଂ ସେମାନଙ୍କୁ ଅନେକ ଅଧିକାର ମଧ୍ୟ ଦିଆଯାଇଥିଲା । ଏକତା କପୁର ଏହି ବିଷୟକୁ ନେଇ ଅନେକ ଦିନ ହେବ ସୋ’ କରିବା ପାଇଁ ଚିନ୍ତା କରୁଥିଲେ । ତାଙ୍କୁ ଏହି ସୋ ପାଇଁ ଏଭଳି ଏକ ନିର୍ଦ୍ଦେଶକଙ୍କ ଅପେକ୍ଷା ରହିଥିଲା ଯିଏ ଏହି ଧାରାବାହିକକୁ ସୁନ୍ଦର ଭାବେ ପ୍ରସ୍ତୁତ କରିପାରିବେ ।

ପ୍ରଥମ ଥର ପାଇଁ କାମସୂତ୍ରକୁ ନେଇ ୱେବ ସିରିଜ ପ୍ରସ୍ତତ କରାଯିବ । ମାତ୍ର ଏହାପୂର୍ବରୁ ଅନେକ ଫିଲ୍ମ ପ୍ରସ୍ତୁ୍ତ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More