Only for Entertainment

‘ବୀରେ ଦି ୱେଡିଂ’ପରେ ଏକତା କପୁରଙ୍କ ପ୍ରଶଂସକଙ୍କୁ ‘ଲେଲା ମଜନୁ’ର ଉପହାର, ଟିଜର ହେଲା ରିଲିଜ ।

news18
0 42

ଫିଲ୍ମ ‘ବୀରେ ଦି ୱେଡିଂ’ପରେ ଏକତା କପୁର ନିଜ ଦର୍ଶକ ଏବଂ ପ୍ରଶଂସକଙ୍କ ପାଇଁ ଆଉ ଏକ ନୂଆ ଉପହାର ଆଣିଛନ୍ତି । ଏହା ଏକ ସୁନ୍ଦର ଲଭ ଷ୍ଟୋରୀ ସହ ହୃଦୟ ଜିତି ନେବ । ଖାସ କଥା ହେଉଛି ‘ରକଷ୍ଟାର’, ‘ଜବ ୱି ମେଟ’, ‘ହାଇୱେ’ ଏବଂ ‘ଜବ ହ୍ୟାର ମେଟ ସେଜଲ’ଭଳି ଫିଲ୍ମ ନିର୍ଦ୍ଦେଶନା ଦେଇଥିବା ଡିରେକ୍ଟର ଇମତିଆଜ ଅଲ୍ଲୀ ତାଙ୍କୁ ସହାୟତା କରୁଛନ୍ତି ।

ଆଜ୍ଞା ହଁ ଏକତା କପୁର ନିଜର ଅପକମିଂ ଲଭଷ୍ଟୋରୀ ଫିଲ୍ମ ‘ଲେଲା ମଜନୁ’ନେଇ ଆସୁଛନ୍ତି । ଏକତା କପୁର ଏହି ଫିଲ୍ମର ଟିଜର ମଧ୍ୟ ରିଲିଜ କରିସାରିଛନ୍ତି ।

ଶୁଣିବାକୁ ମିଳିଛି ଯେ ‘ବୀରେ ଦି ୱେଡିଂ’ଫିଲ୍ମ ସମୟରେ ସିନେମାଘରେ ‘ଲେଲା ମଜନୁ’ର ଟିଜର ମଧ୍ୟ ଦେଖା ଯାଇଛି । ଏହି ଫିଲ୍ମରେ ଷ୍ଟାର କାଷ୍ଟଙ୍କ ବିଷୟରେ ଏଯାଏଁ କିଛି ସୂଚନା ମିଳିନାହିଁ, କିନ୍ତୁ ଏହି ଫିଲ୍ମ ୨୪ଅଗଷ୍ଟ ୨୦୧୮ରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More