Only for Entertainment

ହାତୀ ବଜାଉଛି ମାଉଥ୍ ଅର୍ଗାନ୍, ଭିଡିଓ ଭାଇରାଲ

times of india
0 40

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି । କେତେବେଳେ ସେଲିବ୍ରିଟିଙ୍କର ତ କେତେବେଳେ ରାଜନେତାଙ୍କର, କେତେବେଳେ ଜୀବଜନ୍ତୁଙ୍କର ତ କେତେବେଳେ ମଣିଶର ଅଜବ ଗଜବ କାର୍ଯ୍ୟକଳାପର । ଏପରି ଭିଡିଓକୁ ଲୋଗମାନେ ମଧ୍ୟ ବହୁମାତ୍ରାରେ ପସନ୍ଦ କରିଥାଆନ୍ତି । ତେବେ ନିକଟରେ ଏକ ହାତୀର ଭିଡିଓ ଭାଇରାଲ ହୋଇଛି। ଆପଣ ମାଉଥ ଅର୍ଗାନ୍ ବଜାଇବାର ଅନେକ କଳାକାରଙ୍କୁ ଦେଖିଥିବେ । କିନ୍ତୁ ନିକଟରେ ଏକ ହାତୀ ମାଉଥ ଅର୍ଗାନ୍ ବଜାଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଅନଦାଲ ନାମକ ଏହି ହାତୀ ନିଜ ଶୁଣ୍ଢରେ ଖୁବ୍ ସୁନ୍ଦର ଭାବେ ମାଉଥ୍ ଅର୍ଗାନ୍ ବଜାଇ ଦେଉଛି, ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ୟ୍ୟ ହୋଇଯିବେ। ଏଇ କିଛିଦିନ ହେବ ଅନଦାଲଙ୍କ ମାଉଥ୍ ଅର୍ଗାନ୍ ବଜାଇବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହି ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବାର ଦୁଇଘଣ୍ଟା ମଧ୍ୟରେ ୩୦୦ଲୋକ ଲାଇକ୍ ଓ ୧୩୦ଥର ଭିଡିଓକୁ ରିଟୁଇଟ କରାଯାଇ ସାରିଲାଣି। ଅନଦାଲ ତାମିଲନାଡୁର ଏକ ମନ୍ଦିରର ହାତୀ।

ଦିଆଯାଇଥିବା ଭିଡିଓରେ ଆପଣ ଦେଖି ପାରିବେ କି କିପରି ହାତୀ ନିଜ ଶୁଣ୍ଢରେ କିପରି ମାଉଥ୍ ଅର୍ଗାନ୍କୁ ବଜାଇ ପାରୁଛି।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More