Only for Entertainment

ପରଦାରେ ପୁଣି ଥରେ ଦେଖାଦେବେ ଏହି ଯୋଡି ।

youtube
0 79

ନୂଆ ବର୍ଷର ସେକେଣ୍ଡ ହିଟ ଫିଲ୍ମ ‘ହାପିଲକି’ର ନାୟକ ଜ୍ୟୋତି ରଞ୍ଜନଙ୍କ ହାତରେ ପୁଣି ଆସିଛି ଆଉ ଏକ ଫିଲ୍ମ । ଏହାପୂର୍ବରୁ ଜ୍ୟୋତି ‘ତୁ ମୋ ହିରୋ’ ଏବଂ ‘ଦିଲ୍ କା ରାଜା’ଭଳି ଦୁଇଟି ଫିଲ୍ମରେ ଅଭିନୟ କରି ସାରିଛନ୍ତି । ନିର୍ଦ୍ଧେଶକ ଦିଲ୍ଲୀପ ପଣ୍ଡା ତାଙ୍କୁ ନେଇ ଆଉ ଏକ ଫିଲ୍ମ ପ୍ରସ୍ତୁତ କରିବାକୁ ଯାଉଛନ୍ତି ।

elinaନାମକରଣ ହୋଇନଥିବା ଏହି ଫିଲ୍ମରେ ଜ୍ୟୋତିଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଏଲିନା ସାମନ୍ତରାୟ ।

ଏଲିନା ‘ହାପିଲକି’ଫିଲ୍ମରେ ମଧ୍ୟ ଜ୍ୟୋତିଙ୍କ ସହ କାମ କରିଥିଲେ । ଏହି ନୂଆ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଥିବା ଜଣା ପଡିଛି । ଦିଲ୍ଲୀପ ପଣ୍ଡାଙ୍କ ଏହି ଫିଲ୍ମର ସଂଳାପ ଲେଖିଛନ୍ତି ଡ. ରଜନୀ ରଞ୍ଜନ । ସଂଗୀତ ନିର୍ଦ୍ଧେଶନା ଦାୟିତ୍ୱରେ ଅଛନ୍ତି ବୈଦ୍ୟନାଥ ଦାଶ । ଫିଲ୍ମଟି ଖୁବଶୀଘ୍ର ପରଦାକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More