Only for Entertainment

ଅଲ ବ୍ଲାକ ଲୁକ’ରେ ନଜର ଆସିଲେ ଏଲି ଅବରାମ, ଫ୍ୟାନମାନଙ୍କୁ ପସନ୍ଦ ଆସିଲା ନୂଆ ଲୁକ ।

34

ଦୀଶା ପାଟନୀ ଏବଂ ଆଦିତ୍ୟ ରୟ କପୂରଙ୍କ ଅପକମିଂ ମୋଷ୍ଟ ଆୱେଟେଡ ଫିଲ୍ମ ‘ମଲଙ୍ଗ’ଟ୍ରେଲର ରିଲିଜ ହୋଇଛି । ମୁମ୍ବାଇରେ ଫିଲ୍ମର ଟ୍ରେଲର ଲଂଚ କାର୍ଯ୍ୟକ୍ରମ ରଖାଯାଇଥିଲା, ଯେଉଁଥିରେ ଫିଲ୍ମର ସମସ୍ତ କାଷ୍ଟ ପହଂଚିଥିଲେ । ଅଭିନେତ୍ରୀ ଏଲି ଏବରାମ ମଧ୍ୟ ଏହି ଟ୍ରେଲର ଲଂଚରେ ପହଂଚିଥିଲେ ।

ଏଲି ଅବରାମ ଖୁବ କମ ଫିଲ୍ମରେ ନଜର ଆସନ୍ତି ସିନା କିନ୍ତୁ ତାଙ୍କର ଫ୍ୟାଶନ ଷ୍ଟେଟମେଂଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ।
ଟ୍ରେଲର ଲଂଚରେ ଏଲି ଖୁବ ଗ୍ଲାମରସ ଅନ୍ଦାଜରେ ପହଂଚିଥିଲେ । ସାମ୍ନାକୁ ଆସିଥିବା ଫଟୋରେ ଏଲି କଳା ରଂଗର ଆଉଟଫିଟରେ ଖୁବ ଗର୍ଜିଅସ ନଜର ଆସିଥିଲେ । କମ୍ ମେକଅପରେ ତାଙ୍କ ଲୁକ ଖୁବ ସୁନ୍ଦର ଦିଶୁଛି ।

ତେବେ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଏଲିଙ୍କୁ ରିଆଲିଟି ଶୋ’ ବିଗବସରୁ ପରିଚୟ ମିଳିଥିଲା । ଶୋ’ରେ ସଲମାନଙ୍କୁ ଏଲିଙ୍କ ସହ ଫ୍ଲଟ କରୁଥିବାର ଦେଖିବାକୁ ମିଳିଥିଲା । ଏଲି ‘ମିକି ଭାଇରସ’ ‘କିସ କିସ କୋ ପ୍ୟାର କରୁଁ’ ଏବଂ ‘ହାଉସଫୁଲ୩’ଭଳି ଫିଲ୍ମରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More