Only for Entertainment

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତ୍ରୀ ଏଲି ପାଢୀ, ପ୍ରିୱେଡିଂ ଫଟୋରେ ନଜର ଆସିଲା ଜବରଦସ୍ତ କେମେଷ୍ଟ୍ରୀ

insta pic of elli padhi
117

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତ୍ରୀ ଏଲି ପାଢୀ । ଭଦ୍ରକର ପ୍ରତିଷ୍ଠିତ ଯୁବ ବ୍ୟବସାୟୀ ଶ୍ରୀମୟ ପଣ୍ଡାଙ୍କ ସହିତ ତାଙ୍କର ବିବାହ ଜାନୁଆରୀ ୨୫ ତାରିଖରେ ଅନୁଷ୍ଠିତ ହେବ । ଦୁହେଁ ପିଲାଦିନର ବନ୍ଧୁ ଏବଂ ଉଭୟ ପରିବାର ମଧ୍ୟରେ ଚିହ୍ନାଜଣା ତଥା ସୁସମ୍ପର୍କ ଆଗରୁ ରହିଆସିଛି । ତେବେ ଏହି ବନ୍ଧୁତା ଏବେ ପାରିବାରିକ ବନ୍ଧୁତାରେ ବଦଳିବାକୁ ଯାଉଥିବାରୁ ଉଭୟ ପରିବାର ମଧ୍ୟରେ ଉତ୍ସାହ ଓ ଖୁସିର ଲହରୀ । ଏଲି ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରିୱେଡିଂ ଫଟୋ ସୁଟର କିଛି ଫଟୋ ସେୟାର କରିଝଛନ୍ତି । ଫଟୋରେ ଦୁହିଁଙ୍କ କ୍ୟୁଟ କେମେଷ୍ଟ୍ରୀ ନଜର ଆସିଛି ।

 

 

View this post on Instagram

 

#Newyear #newhope #newlife❤️❤️❤️❤️

A post shared by elli padhi (@ellipadhi) on

 

View this post on Instagram

 

The new we❤️

A post shared by elli padhi (@ellipadhi) on

ଆଲବମ୍, ଧାରାବାହିକ ଏବଂ ସିନେମାରେ ଅଭିନୟ କରି ଏଲି ସଫଳତା  ପାଇଛନ୍ତି । ଏହା ବ୍ୟତୀତ ଜଣେ ସଫଳ ମଞ୍ଚ ତଥା ଟିଭି ଆଙ୍କର ଭାବେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । “ତାଜା ଖବର’, ‘ଷୋହଳ ପୁରି ସତର ହେଲା’ ପରି କେତୋଟି ଚର୍ଚ୍ଚିତ ଆଲବମରୁ କ୍ୟାରିୟର ଆରମ୍ଭ କରିଥିବା ଏଲି ପରେ ପରେ “ଏଇ ମିଳନ ଯୁଗ ଯୁଗର’, “୨୦୧୪- ଫିୟର ଅଫ୍ ଦ ଇୟର’ ଓ “ରାସ୍ତା’ ଆଦି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି ପାରିଛନ୍ତି । ଏହା ସହିତ ଟେଲି ଧାରାବାହିକ ତୁଳସୀ, ସିନ୍ଦୂର, ଅପା, ବଧୂ, ଅବୁଝା ମନ ଓ ଟୁପୁରୁ ଟାପୁରୁ ତାଙ୍କୁ ଆଣି ଦେଇଛି ଆଶାତୀତ  ଲୋକପ୍ରିୟତା । ଖାଲି ସେତିକି ନୁହେଁ, ଦୀର୍ଘ ଦିନ ଧରି ପ୍ରସାରଣ ଜାରି ରଖିଥିବା ଟେଲିଭିଜନ କାର୍ଯ୍ୟକ୍ରମ “କିଏ ଜିତେ କିଏ ହାରେ’ ମାଧ୍ୟମରେ ସେ ଓଡ଼ିଶାର ଗାଁ ଗାଁରେ ମଧ୍ୟ ପରିଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More