Only for Entertainment

ଅଭିନୟର ଯାଦୁ ନ ଚାଲିବାରୁ ସିରିଅଲ କିସର ହୋଇ ଫେରୁଛନ୍ତି ଇମ୍ରାନ ହାଶମୀ

the asian age
36

ଇମ୍ରାନ ହାଶମୀଙ୍କ ଫିଲ୍ମ ଦ ବଡି’ର ଟ୍ରେଲର ରିଲିଜ ହୋଇ ସାରିଛି । ଏହି ସସପେନ୍ସ ଥ୍ରିଲର ଫିଲ୍ମରେ ଇ୍ରମାନ, ଋଷି କପୂର ଏବଂ ଶୋଭିତା ଭଳି ଆକ୍ଟରଙ୍କୁ ଅଭିନୟ କରୁଥିବାର ଦେଖିବାକୁ ମିଳିବ । ଅବଶ୍ୟ ଫିଲ୍ମରେ ଏଭଳି ଏକ ଦୃଶ୍ୟ ଅଛି ଯେଉଁଥିରେ ଇମ୍ରାନ ସମସ୍ୟାରେ ପଡ଼ି ପାରନ୍ତି । ଆଜ୍ଞା ହଁ ଫିଲ୍ମରେ ବେଦିକାଙ୍କୁ କିସ କରୁଥିବାର ନଜର ଆସିବେ ଇମ୍ରାନ । ଏହା ବେଦିକାଙ୍କର ବଲିଉଡ ଡେବ୍ୟୁ । ନିକଟ ଅତୀତରେ ହ୍ୱାଇ ଚିଟ ଇଣ୍ଡିଆ’ ପ୍ରମୋଶନ ସମୟରେ ଇମ୍ରାନ କହିଥିଲେଯେ ସେ ସିରିଅଲ କିସର ଠାରୁ ଆଗକୁ ବଢି ସାରିଛନ୍ତି । ସେ ଏହି ଶବ୍ଦକୁ ପସନ୍ଦ କରନ୍ତି ନାହିଁ ଏବଂ ଏହା ମିଡିଆ ଦ୍ୱାରା ପରିବେଷଣ କରାଯାଇଥିବା ଏକ ଶବ୍ଦ । ଏହି ଶବ୍ଦକୁ ସେ ଗମ୍ଭୀର ଭାବରେ ନେଉ ନାହାଁନ୍ତି । ତେବେ ସିରିଅଲ କିଲର ବା ବ୍ୟାଡ ବଏ ଶୁଣିବାକୁ ରାଜି ଅଛନ୍ତି, କିନ୍ତୁ ସିରିଅଲ କିସର ଭଳି ଶବ୍ଦକୁ ସେ ଶୁଣିବାକୁ ଚାହୁଁ ନାହାଁନ୍ତି ।
ଇ୍ରମାନ ଏହା ମଧ୍ୟ କହିଛନ୍ତିଯେ ସେ ଏବେ ଅଭିନୟ ଠାରୁ ଅଧିକ ସ୍କ୍ରପ୍ଟ ଲେଖା ଲେଖି ଉପରେ ଧ୍ୟାନ ଦେଉଛନ୍ତି ଏବଂ ସେ ତାଙ୍କ ଜୀବନଶୈଳୀକୁ ସଂପୂର୍ଣ୍ଣ ଭାବରେ ବଦଳାଇ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More