Only for Entertainment

ରିଲିଜ ହେଲା ‘ଚିଟ୍ ଇଣ୍ଡିଆ’ର ନୂଆ ଗୀତ, ହାରମୋନିୟମ ସହିତ ନଜର ଆସିଲେ ଇମରାନ ହାଶମୀ, ଦେଖନ୍ତୁ ଭିଡିଓ-

emraan hashmi twitter
39

ବଲିଉଡ ସିରିଅଲ କିସର ଇମରାନ ହାଶମୀ ଏବେ ନିଜର ଆଗାମୀ ଫି ଲ୍ମ ‘ଚିଟ ଇଣ୍ଡିଆ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମର ଆଉ ଏକ ନୂଆ ରୋମାଣ୍ଟିକ ଗୀତ ‘ଫିର ମୁଲାକାତ’କୁ ରିଲିଜ କରାଯାଇଛି । ରିଲିଜ ହୋଇଥିବା ଏହି ନୂଆ ଗୀତରେ ଇମରାନ ହାଶମୀ ହାରମୋନୀୟମ ସହିତ ଗୀତ ଗାଉଥିବାର ନଜର ଆସିଛନ୍ତି । ଏହି ନୂଆ ଗୀତରେ ଇମରାନ ଖୁବ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । କିଛି ଘଣ୍ଟା ମଧ୍ୟରେ ଗୀତକୁ ୧ ଲକ୍ଷ ୫୦ ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି । ୟୁଟ୍ୟୁବରେ ଇମରାନଙ୍କ ଏହି ଗୀତ ଏବେ ଟ୍ରେଣ୍ଡ କରିବାରେ ଲାଗିଛି ।

ଗୀତକୁ ଜୁବୀନ ନଟିଆଲ ଗାଇଥିବା ବେଳେ ଏହାର ମ୍ୟୁଜିକ ଦେଇଛନ୍ତି କୁନାଲ ଏବଂ ରଙ୍ଗୋନ । ଗୀତର ଲିରିକ୍ସ ଲେ ଖିଟଛନ୍ତି କୁନାଲ ବର୍ମା । ଗୀତରେ ଇମରାନ ହାଶମୀ ଏବଂ ଶେୟା ଧନବନ୍ଡରଙ୍କ ରୋମାଣ୍ଟିକ ଅନ୍ଦାଜ ନଜର ଆସିଛି । କହିରଖୁଛୁ ଯେ, ଶ୍ରେୟା ଏହି ଫିଲ୍ମର ନିଜ ଆକ୍ଟିଂ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି । ଏଜୁକେସନ ସିଷ୍ଟମରେ ହେଉଥିବା ଭ୍ରଷ୍ଟାଚାର ଉପରେ ଏହି ଫିଲ୍ନ ଆଧାରିତ । ଫିସ୍ମରେ ଇମରାନ ଜଣେ ଭ୍ରଷ୍ଟ ପ୍ରଫେସର ଭୂମିକାରେ ନଜର ଆସିବେ । ଫିସଲ୍ମ ୨୫ ଜାନୁଆରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More