Only for Entertainment

ଏହି ଦିନ ନିର୍ବନ୍ଧ କରିବେ ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ।

aajtak
0 39

ବିଜନେସମ୍ୟାନ ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ଖୁବଶୀଘ୍ର ଶ୍ଲୋକା ମେହତାଙ୍କୁ ବିବାହ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ ଦୁଇଜଣଙ୍କ ନିର୍ବନ୍ଧ ୩୦ ଜୁନକୁ ମୁମ୍ବାଇରେ ହେବ । ପିଙ୍କଭିଲାର ରିପୋର୍ଟ ଅନୁସାରେ ଏହି ଖାସ ପାର୍ଟିକୁ ବଲିଉଡ କିଙ୍ଗ ଶାହାରୁଖ ଖାନ ହୋଷ୍ଟ କରିବେ । ଶାହାରୁଖ ଖାନ ଅମ୍ବାନୀ ପରିବାରର ଖୁବ ଘନିଷ୍ଠ । ଏହି ପାର୍ଟିରେ କିଙ୍ଗ ଖାନ ପର୍ଫମାନ୍ସ ମଧ୍ୟ ଦେବେ ।

ନିର୍ବନ୍ଧ ପାଇଁ ବନ୍ଧୁମାନଙ୍କୁ ନିମନ୍ତ୍ରଣ ଦେବାପାଇଁ ଖାସ ଡିଜିଟାଲ କାର୍ଡ଼ ମଧ୍ୟ ପ୍ରସ୍ତୁତ କରାଯାଇଛି । କାର୍ଡ଼ରେ ଆକାଶ ଏବଂ ଶ୍ଲୋକାଙ୍କ ଫଟୋ ମଧ୍ୟ ରହିଛି । ଡିଜିଟାଲ କାର୍ଡ଼ରେ ବ୍ୟକଗ୍ରାଉଣ୍ଡ ମ୍ୟୁଜିକ କାଇପୋଚେର ଏକ ଗୀତ ଦିଆଯାଇଛି ।
୨୪ ମାର୍ଚ୍ଚକୁ ଗୋଆରେ ଦୁଇଜଣଙ୍କର ପ୍ରିଏନଗେଜମେଂଟ ହୋଇଥିଲା । ଏହି ସେରମନୀରେ ଆକାଶ ଏବଂ ଶ୍ଲୋକାଙ୍କର ସାନଦାର ଫଟୋସୁଟ ମଧ୍ୟ ହୋଇଥିଲା । ତେବେ ଦୁଇଜଣଙ୍କ ବିବାହର ତାରିଖ ଏପର୍ଯ୍ୟନ୍ତ ଠିକ ହୋଇନାହିଁ । କିନ୍ତୁ ବର୍ଷର ଶେଷ ସମୟକୁ ବିବାହ ହେବ ବୋଲି ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More