Only for Entertainment

ବାଥରୁମରେ ଶିଖର ଧୱନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା କଲେ ଏପରି ଡ୍ୟାନ୍ସ, ଭିଡିଓ ହେଲା ଭାଇରାଲ ।

ndtv
0 36

ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ଟୁରରେ । କାଲିଠାରୁ ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ସିରିଜ ଆରମ୍ଭ କରିବ । ତେବେ ସିରିଜ ଆରମ୍ଭ କରିବା ପୂର୍ବରୁ ଟିମ ଇଣ୍ଡିଆ ଜବରଦସ୍ତ ମୁଡରେ ଏବଂ ଖୁବ ମସ୍ତି ମୁଡରେ ଥିବା ଦେଖିବାକୁ ମିଳିଛି । ଖେଳାଳୀମାନଙ୍କୁ କେବେ ଫ୍ଲାଇଟରେ ତ କେବେ ଡ୍ରେସିଂ ରୁମରେ ମସ୍ତି କରୁଥିବାର ଦେଖିବାକୁ ମିଳିଛି । ଆୟରଲ୍ୟାଣ୍ଡରେ ଜବରଦସ୍ତ ପରଫମାନ୍ସ ଦେବା ପରେ ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ମଧ୍ୟ ତାହାକୁ ଦେହରାଇବାକୁ ଚାହୁଁଛନ୍ତି । ଇତି ମଧ୍ୟରେ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

 

ଭିଡିଓରେ ଶିଖର ଧୱନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ବାଥରୁମରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଭିଡିଓରେ ଦୁଇ ଖେଳାଳୀ ବିନ୍ଦାସ ହୋଇ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଲିଛି । ଇଂଗ୍ରାଜୀ ଗତରେ ଦୁହେଁ ପଂଜାବୀ ତଡକା ଲଗାଇଛନ୍ତି । ଏହି ଭିଡିଓକୁ ଦୁହେଁ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ଖୁବଶୀଘ୍ର ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More