Only for Entertainment

ଇଂଲଣ୍ଡର ବିଜୟରେ ଦୁଃଖି ହେଲେ ଯୁବରାଜ ସିଂ, କିନ୍ତୁ ପତ୍ନୀ ହେଜଲ କଲେ ସେଲିବ୍ରେସନ, ଜାଣନ୍ତୁ କହିଁକି ?

insta pic of yuvraj singh
141

କ୍ରିକେଟ ବିଶ୍ୱକପ ୨୦୧୯ର ରୋମାଞ୍ଚକର ମ୍ୟାଚରେ ଇଂଲଣ୍ଡ ପ୍ରଥମଥର ପାଇଁ ବିଶ୍ୱ ଚମ୍ପିଆନ ହେବାର ଗୌରବ ହାସିଲ କରିଛି । ମ୍ୟାଚ ଏବଂ ସୁପର ଓଭର ଟାଇ ହେବା ପରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରୁ ଚଉକା ଛକ୍କାକୁ ଗଣି ମ୍ୟାଚରେ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଛି । ଆଇସିସିର ଏହି ନିୟମକବୁ ନେଇ ସମସ୍ତ ଖୁବ ଆଲୋଚନା କରୁଛନ୍ତି । କ୍ରିକେଟର ଯୁବରାଜ ସିଂ ମଧ୍ୟ ଏହି ନିୟମର ଆଲୋଚନା କରିଛନ୍ତି । କିନ୍ତୁ ତାଙ୍କ ପତ୍ନୀ ହେଜଲ କିଚ ଇଂଲଣ୍ଡର ବିଜୟକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ।

କହିରଖୁଛୁ ଯେ, ହେଜଲ ମୂଳ ରୂପରେ ଇଂଲଣ୍ଡର ବାସିନ୍ଦା । ତାଙ୍କର ଜନ୍ମ ୟୁକେର ଏସେକ୍ସରେ ହୋଇଥିଲା । ଏବଂ ସେ ଜଣେ ବ୍ରିଟିଶ ମଡେଲ ହେବା ସହିତ ଅନେକ ଭାରତୀୟ ଫିଲ୍ମରେ କାମ କରିଛନ୍ତି । ଯୁବରାଜ ସିଂ ଇଂଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ମୁଁ ଏହି ନିୟମର ସମର୍ଥନ କରେ ନାହିଁ । କିନ୍ତୁ ହେଜେଲ କିଚ ଏବଂ ଇଂଲଣ୍ଡକୁ ବିଶ୍ୱକପ ଜିତିବାର ଶୁଭକାମନା । ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଜିତିବା ପାଇଁ ସେତିକି ହକଦାର ଥିଲା ।’

 

କ୍ରିକେଟର ଗୌତମ ଗମ୍ଭୀର ମ ଧ୍ୟ ଟ୍ୱିଟ କରି ଲେଖିଥିଲେ, ‘ଏହି ପ୍ରକାର ଖେଳ ବୁଝିହେଉନାହିଁ । କ୍ରିକେଟ ବିଶ୍ୱକପ ୨୦୧୯ ଫାଇନାଲରେ ଯେଇଁ ଟିମ ସବୁଠାରୁ ଅଧିକ ବାଉଣ୍ଡ୍ରୀ ମାରିଛି ସେ ଚାମ୍ପିଅନ ହେଲା । ଏହା କିପରି ଫାଲତୁ ନିୟମ । ଏହି ମ୍ୟାଚ ଟାଇ ହେବାର ଥିଲା । ମୁଁ ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ଦୁଇଟି ଟିମକୁ ଶୁଭେଚ୍ଛା ଜଣାଇବି । ଦୁହେଁ ୱିନର ।’ ସେହିପରି ଅଷ୍ଟ୍ରେଲିଆ ପୂର୍ବ ବୋଲର ବ୍ରେଟ ଲି ଟ୍ୱିଟ କରି କହିଛନ୍ତି, ଏହି ନିୟମ ବଦଳିବା ଦରକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More