Only for Entertainment

ହିନାଙ୍କ ପରେ ଶୋ’ରେ ନଜର ଆସିବେ ନାହିଁ ଏରିକା ଫର୍ଣ୍ଣାଡିଜ ।

aajtak
14

ଗତ କିଛି ଦିନ ପୂର୍ବରୁ ଧାରାବାହିକ କସୌଟି ଜିନ୍ଦେଗୀ କେ ଟୁ’ର ପ୍ରେରଣା ବା ଏରିକା ଫର୍ଣ୍ଣାଡିଜଙ୍କୁ ନେଇ ଆସିଥିଲା ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଖୁବ ଝଟକା ଦେଇଥିଲା । ଆଜ୍ଞା ହଁ ଗତ କିଛି ଦିନ ପୂର୍ବରୁ ଖବର ଆସିଥିଲାଯେ ଏରିକା ଫର୍ଣ୍ଣାଡିଜ ଶୋ ଛାଡ଼ିବେ । ଯାହାର ବାସ୍ତବ ଘଟଣା ସାମ୍ନାକୁ ଆସିଛି ।

ବମ୍ବେ ଟାଇମ୍ସର ଖବର ଅନୁସାରେ କସୌଟିର ମୁଖ୍ୟ ନାୟିକା ଏରିକା ଫର୍ଣ୍ଣାଡିଜ ଶୋ ଛାଡ଼ିବା କଥାରେ କୌଣସି ସତ୍ୟତା ନାହିଁ । ନିର୍ମାତାଙ୍କ କହିବା ଅନୁସାରେ ଖଳନାୟିକା ଚରିତ୍ରରେ ନଜର ଆସୁଥିବା ହିନା ଖାନ ଏବେ ଶୋ ଛାଡ଼ିଛନ୍ତି, ଏହା ମଧ୍ୟରେ ଏରିକା ଶୋ ଛାଡ଼ିଲେ ଆମେ କରିବୁ କ’ଣ? ଏହା ସତ ନୁହେଁ ।

ଅନ୍ୟ ଏକ ଖବର ଅନୁସାରେ ହିନା ଶୋ ଛାଡ଼ିବା ପରେ ନିର୍ମାତା ଶୋ’ରେ କିଛି ଖାସ କମାଲ କରିବାକୁ ଚାହୁଁଛନ୍ତି । ତେବେ କିଛିଦିନ ପାଇଁ ଏରିକା ଶୋ’ରେ ନଜର ଆସିବେ ନାହିଁ । ଏହାପରେ ସେ ମିଷ୍ଟର ବଜାଜଙ୍କ ସହିତ ଶୋ’କୁ ଫେରିବେ । କହିରଖୁଛୁଯେ ମିଷ୍ଟର ବଜାଜଙ୍କ ଚରିତ୍ରରେ ନଜର ଆସିବେ କରଣ ସିଂ ଗ୍ରୋଭର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More