Only for Entertainment

ଅନୁରାଗ ସହିତ ଅଫେୟରକୁ ନେଇ ପ୍ରେରଣାଙ୍କ ପ୍ରତିକ୍ରିୟା, ପ୍ରଥମ ଥର କହିଲେ ମନର କଥା ।

aajtak
37

କସୌଟି ଜିନ୍ଦେଗୀ କେ’ର କଳାକାର ଅନୁରାଗ ବା ପାର୍ଥ ସମଥାନ ଏବଂ ପ୍ରେରଣା ବା ଏରିକାଙ୍କୁ ନେଇ ଅଫେୟରର ଖବର ଆଲୋଚନା ହେଉଛି । କିଛି ଦିନ ଆଲୋଚନା ଯଦିଓ ଚାଲୁଛି ତଥାପି ଏହାକୁ ନେଇ କୌଣସି ପ୍ରତିକ୍ରିୟା ରଖିନଥିଲେ ଆକ୍ଟର । କିନ୍ତୁ ନିକଟରେ ଏରିକାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏକ ଇଂଟରଭ୍ୟୁରେ ଏରିକା କହିଛନ୍ତି ଯେ ଏଭଳି କଥାରେ ତାଙ୍କୁ କୌଣସି ପ୍ରଭାବ ପଡ଼େ ନାହିଁ । କାରଣ ଏହା ଏକ ଏଂଟରଟେନମେଂଟ ଇଣ୍ଡଷ୍ଟ୍ରିର ଏକ ଭାଗ ।

ହିନ୍ଦୁସ୍ତାନ ଟାଇମ୍ସ ଅନୁସାରେ ଏଭଳି ଖବର ଏଂଟରଟେନମେଂଟ ଇଣ୍ଡଷ୍ଟ୍ରିର ଏକ ଭାଗ । ଏରିକାଙ୍କ କହିବା ଅନୁସାରେ ମୁଁ ପାର୍ଥକୁ ସେହି ଦିନଠାରୁ ଜାଣିଛି ଯେବେଠାରୁ ଆମେ ଟିଭିରେ କାମ କରିବା ଆରମ୍ଭ କରିଛୁ । ଆମ ଦୁଇଜଣଙ୍କ ମଧ୍ୟରେ ଥିବା ସଂପର୍କ ପ୍ରୋଫେସନାଲ । ସାଧାରଣତଃ ରୋମାଂଟିକ ଦୃଶ୍ୟ କରିବା ମାତ୍ରେ ଲୋକ ବିଭିନ୍ନ କଥା କହିବା ଆରମ୍ଭ କରିଦିଅନ୍ତି । ଏହାକୁ ନେଇ ଆସେ କେତେକ ଉଡ଼ା ଖବର । ଏହା ସହିତ ଆମେ ଯେବେ ମଧ୍ୟ ଏକାଠି ଥାଉ ଆମ ସହିତ ବହୁତ ଲୋକ ଥାଆନ୍ତି । ଆମେ କେବେ ଏକା ନଥାଉ । ସେଟ୍ରୁ ବାହାରିବା ସମୟରେ ଏକା ସାଙ୍ଗରେ ଯାଉ ତାହାର ଅର୍ଥ ନୁହେଁ ଆମ ସାଙ୍ଗ ହୋଇ ଘରକୁ ଯାଉ । ସହରର ଗୋଟିଏ ପାଶ୍ୱର୍ରେ ମୁଁ ରହୁଛି ଏବଂ ଅନ୍ୟ ଏକ ପାଶ୍ୱର୍ରେ ପାର୍ଥ । ଆମେ ଇଭେଂଟ ପାଇଁ ମଧ୍ୟ ଯାଉ । ତେଣୁ ଆମକୁ ସେଟ୍ରୁ ବାହାରି ଯିବାକୁ ପଡ଼ିଥାଏ ।

ଏରିକା ଏହା ମଧ୍ୟ କହିଛନ୍ତିଯେ ଆମେ ଭଲ ସାଙ୍ଗ, କିନ୍ତୁ ଆମେ ଡେଟିଂ କରୁନାହୁଁ । ତେଣୁ ମୋତେ ଏହି ସମସ୍ତ କଥା ଚିନ୍ତାରେ ପକାଏ ନାହିଁ । କାରଣ ମୁଁ ସତ ଜାଣିଛି । କହିରଖୁଛୁ ଏହା ପୂର୍ବରୁ ଏରିକାଙ୍କ ନାମ ‘କୁଛ ରଙ୍ଗ ପ୍ୟାର କେ ଐସେ ଭି’ର ଆକ୍ଟର ଶାହିର ଶେଖଙ୍କ ସହିତ ମଧ୍ୟ ଯୋଡ଼ା ଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More