Only for Entertainment

ଲମ୍ବା ବ୍ୟବଧାନ ପରେ ଧୁମ ମଚାଇବାକୁ ଫେରୁଛନ୍ତି ଇଶା ଦେଓଲ, ଦେଖିବାକୁ ମିଳିଲା ଫିଲ୍ମର ଫାଷ୍ଟ ଲୁକ

Gujunews
0 40

୨୦୧୫ରେ ଇଶା ଦେଓଲଙ୍କ ଦୁଇଟି ଫିଲ୍ମ ରିଲିଜ ହୋଇଥିଲା । ସେଥିମଧ୍ୟରୁ ଗୋଟିଏ ଥିଲା କନ୍ନଡ ଏବଂ ଅନ୍ୟଟି ହିନ୍ଦୀ ଫିଲ୍ମ ‘କିଲ ଦେମ ୟଙ୍ଗ’ । କିନ୍ତୁ ଏହି ଫିଲ୍ମଟି କେବେ ପରଦାକୁ ଆସିଲା ଏବଂ କେବେ ସିନେମା ହଲରୁ ଚାଲିଗଲା ତାହାର ସୂଚନା କେହି ପାଇନଥିଲେ । ବର୍ତ୍ତମାନ ଇଶା ଦେଓଲ ଲମ୍ବା ବ୍ୟବଧାନ ପରେ ପୁଣିଥରେ ରୂପେଲୀ ପରଦାକୁ ଫେରୁଛନ୍ତି ।


ଇଶା ଆଗାମୀ ଫିଲ୍ମ ‘କେକୱାକ’ ଜରିଆରେ ବଡ ପରଦାକୁ ଫେରୁଛନ୍ତି । ନିକଟରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରାଯାଇଛି । ଇଶା ଟୁଇଟ କରି ଫିଲ୍ମର ପୋଷ୍ଟରକୁ ଲଂଚ କରିଛନ୍ତି । ରାମ କମଲ ମୁଖର୍ଜୀ ଏବଂ ଅଭ୍ରା ଚକ୍ରବର୍ତ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଇଶା ଏକ ଶେଫ ଭୂମିକାରେ ନଜର ଆସିବେ ।

କେବଳ ଇଶା ନୁହଁନ୍ତି ଏହା ପୂର୍ବରୁ ମଧ୍ୟ ସୈଫ ଅଲୀ ଖାନଙ୍କ ଏକ ଫିଲ୍ମ ‘ଶେଫ’ ରିଲିଜ ହୋଇଥିଲା । ଫିଲ୍ମରେ ସେ ସେଫ ଭୂମିକାରେ ନଜର ଆସିଥିଲେ । ବର୍ତ୍ତମାନ ଇଶାଙ୍କୁ ଏହି ଭୂମିକାରେ ଦେଖିବାକୁ ମିଳିବ । ମା’ ହେମା ମାଳିନୀଙ୍କ ପରି ଇଣ୍ଡଷ୍ଟ୍ରୀରେ ନିଜର ଛାପ ଛାଡିବାରେ ସଫଳ ହୋଇନଥିବା ଇଶାଙ୍କ ଏହି ଫିଲ୍ମ ତାଙ୍କ କ୍ୟାରିୟରକୁ କେଉଁ ମୋଡ ଦେଉଛି ତାହା ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More