Only for Entertainment

ସୋସିଆଲ ମିଡିଆରେ ଟ୍ରୋଲ ହେଲେ ଅଭିନେତ୍ରୀ ଇଶା ଗୁପ୍ତା

The Daily Star
0 34

ସୋସିଆଲ୍ ମିଡିଆରେ ପୁଣିଥରେ ଟ୍ରୋଲ ହେଲେ ବଲିଉଡ୍ ଅଭିନେତ୍ରୀ ଈଶା ଗୁପ୍ତା । ସିରିଆରେ ଶଙ୍କଟକୁ ନେଇ ଈଶା ସେୟାର୍ କରିଥିବା ଏକ ଟ୍ୱିଟ୍ରେ ତାଙ୍କର ବେଶ ମଜାକ ବନା ଯାଇଛି । ତେବେ ପ୍ରଥମ ଥର ନୁହେଁ ଯେ ଈଶା ଏଭଳି ଟ୍ରୋଲ୍ ହୋଇଛନ୍ତି । ନିଜ ବିବାଦୀୟ ଟ୍ୱିଟ୍ ପାଇଁ ଅନେକ ଥର ଏମିତି ମଜାକର ପାତ୍ର ହୋଇଛନ୍ତି ଈଶା ।

ସିରିଆରେ ହେଉଥିବା ହିଂସାକୁ ନେଇ ଈଶା ଏକ ଟ୍ୱିଟ୍ ସେୟାର୍ କରିଥିଲେ । ଯେଉଁଥିରେ ଈଶା ଲେଖିଥିଲେ, ମୋର କେଉଁ ଦେଶ କେଉଁ ଧର୍ମ, ତାହାକୁ ମୁଁ ଖାତିର୍ କରେନି । ମାତ୍ର ମାନବିକତା ଯେମିତି ମରିଯାଇଛି ଏଠି । ପିଲାମାନେ ମରୁଛନ୍ତି ଆଉ ଏହାକୁ ବନ୍ଦ କରିବାକୁ ପଡିବ । ଏହାସହ ସିରିଆର ଏକ କ୍ଷତାକ୍ତ ଶିଶୁର ଫଟୋ ସେୟାର୍ ବି କରିଛନ୍ତି ଈଶା । ଈଶାଙ୍କ ଏହି ଟ୍ୱିଟ୍କୁ ନେଇ ତାଙ୍କୁ ସୋସିଆଲ୍ ମିଡିଆରେ ଢେର୍ ମଜାକ ଉଡା ଯାଇଛି । କିଏ କିଏ କମେଂଟ୍ କରିଛନ୍ତି ନିଜ ଦେଶରେ ପ୍ରତ୍ୟେକ ଦିନ କେତେ ଶିଶୁ ନିର୍ଯାତନାର ଶିକାର ହେଉଛନ୍ତି ତାକୁ ରୋକିକି ଦେଖାଅ । ଆଉ କେହି କେହି ଲେଖିଛନ୍ତି ଏସି ରୁମ୍ରେ ବସି ଏଭଳି ଟ୍ୱିଟ୍ କରିଦେବା ସହଜ । ସେଠାକୁ ଯାଇ ସମସ୍ୟାର ସମାଧାନ କରି ଦେଖାଅ । ତେବେ ଏମିତି ପ୍ରଥମ ଥର ନୁହେଁ ଅଭିନେତ୍ରୀ ଈଶା ଏଭଳି ସୋସିଆଲ୍ ମିଡିଆରେ ଲୋକ ହସା ହୋଇଛନ୍ତି । ଏମିତି ଅନେକ ଥର ଲୋକହସାର ଶୀକାର ହୋଇଛନ୍ତି ଈଶା ।

tweet

ତେବେ ଜଣେ ମଡେଲ୍ ଭାବେ ନିଜ କ୍ୟାରିୟର୍ ଆରମ୍ଭ କରିଥିବା ଅଭିନେତ୍ରୀ ଈଶା ଗୁପ୍ତା ୨୦୧୨ ମସିହାର ଫିଲ୍ମ ଜନ୍ନତ –୨ ରୁ ନିଜ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ । ଏବେ ଈଶା ନିଜ ଆଗାମୀ ଫିଲ୍ମ ହେରାଫେରି – ଥ୍ରୀ ଏବଂ ଆଖେଁ – ୨ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More