Only for Entertainment

ଦେଶର ୧୧ ଟି ସହରରେ ହେବ ୟୁରୋପୀୟ ସଙ୍ଘ ଫିଲ୍ମ ସମାରୋହ, ଜୁନ ୧୮ରୁ ହେବ ଆରମ୍ଭ ।

amarujala
0 44

ୟୁରୋପୀୟ ସଙ୍ଘର ୨୩ଟି ଦେଶର ଫିଲ୍ମ ସମାରୋହ ୧୮ ଜୁନରୁ ଆରମ୍ଭ ହେବ । ଏହା ଉଦ୍ଦଘାଟନ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର କରିବେ । ଏହି ସମାରୋହ ରାଜଧାନୀ ଦିଲ୍ଲୀରେ ୧୮ ଜୁନରୁ ୨୪ ଜୁନ ପର୍ଯ୍ୟନ୍ତ ଚାଲିବ । ଏହା ପରେ ଦେଶର ଅନ୍ୟ ଦଶଟି ସହରରେ ମଧ୍ୟ ଏହି ସମାରୋହର ଆୟୋଜନ କରାଯିବ । ଅନ୍ୟ ଦଶଟି ସହରରେ କୋଲକାତା, ଜୟପୁର, ହାଇଦ୍ରାବାଦ, ପୁନେ, ଗୋଆ, ବିଶାଖାପାଟନା ପରି ସହର ସାମିଲ ରହିଛି । ରାଜଧାନୀ ଦିଲ୍ଲୀର ସିରି ପୋର୍ଟ ସଭାଗାରରେ ଏହି ସମାରୋହର ଉଦ୍ଦଘାଟନ କରାଯିବ ।

ଏହି ସମାରୋହରେ ସୂଚନା ଏବଂ ପ୍ରସାରଣ ସଚିବ ଅମିତ ଖରେ, ଫିଲ୍ମ ,ସମାରୋହ ନିର୍ଦ୍ଦେଶାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଚୈତନ୍ୟ ପ୍ରସାଦ, ୟୁରୋପୀୟ ସଙ୍ଘ ପ୍ରତିନିଧିମଣ୍ଡଳର ଉପ ପ୍ରମୁଖ ରୋମଣ୍ଡ ମେଗିସ ଏବଂ କଟରୀନା କ୍ରଂକୋୱା ମଧ୍ୟ ଉପସ୍ଥିତ ରହିବେ । ଉଦ୍ଦଘାଟନୀ ଉତ୍ସବରେ ଫିଲ୍ମ ‘ଲିଟିଲ ହାର୍ବର’କୁ ପ୍ରଦର୍ଶୀତ କରାଯିବ ।

କହିରଖୁଛି ଯେ ୟୁରୋପୀୟ ସଙ୍ଘରେ ମୋଟ ୨୮ଟି ଦେଶ ଥିବା ବେଳେ ୨୩ ଟି ଦେଶର ଫିଲ୍ମ ଏହି ସମାରୋହରେ ପ୍ରଦର୍ଶୀତ କରାଯିବ । ଏହି ୨୩ଟି ଦେଶ ମଧ୍ୟରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ହଙ୍ଗେରୀ, ପୋଲାଣ୍ଡ, ବୁଲଗେରିଆ, ବେଲଜିୟମ, ସ୍ପେନ, ସ୍ୱିଡେନ ପରି ଦେଶ ସାମିଲ ରହିଛନ୍ତି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଫିଲ୍ମ ସମାରୋହ ନିର୍ଦ୍ଦେଶାଳୟ ଏବଂ ୟୁରୋପୀୟ ସଙ୍ଗ ମିଳିତ ଭାବେ ଏହି ସମାରୋହର ଆୟୋଜନ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More