Only for Entertainment

ଟ୍ରାଇର ଖୁଲାସା: ଗ୍ରାହକଙ୍କ ଠାରୁ 4Gର ମୂଲ୍ୟ ନେଇ 3Gର ସ୍ପିଡ ଦେଉଛନ୍ତି ଟେଲିକମ କମ୍ପାନୀ ।

trak.in
0 33

ଆପଣ ଯଦି ୪ଜି ନେଟୱର୍କ ବ୍ୟବହାର କରୁଛନ୍ତି ଏବଂ ୩ଜି ସ୍ପିଟ ଚାଲୁଛି,ଏହାପରେ ଆପଣ ଟେଲିକମ କମ୍ପାନୀକୁ କମ୍ପେ୍ଲନ କରୁଛନ୍ତି ଏବଂ କମ୍ପାନୀ ତାହା ଶୁଣୁ ନାହିଁ ତେବେ ଏହା ନିଶ୍ଚିତଯେ ଆପଣ ଠିକ କହୁଛନ୍ତି । କାରଣ ଦୂରସଂଚାର ନିୟାମକ ପ୍ରାଧିକରଣ ବା ଟ୍ରାଇ ଏହା ମାନିଛନ୍ତିଯେ ଦେଶସାରା ସମସ୍ତ ଟେଲିକମ କମ୍ପାନୀ ସେମାନଙ୍କ ଗ୍ରାହକଙ୍କୁ ଧୋକା ଦେଉଛନ୍ତି । ସେମାନେ 4Gର ମୂଲ୍ୟ ନେଇ 3G ସ୍ପିଡ ଦେଉଛନ୍ତି । ଏଥିପାଇଁ ଟ୍ରାଇ ଭୋପାଳ,ଦୁର୍ଗ,କନୌର,ମୁମ୍ବାଇ,ନୂଆ ମୁମ୍ବାଇ ଏବଂ ବାରଣାସୀରେ ସ୍ୱତନ୍ତ୍ର ଡ୍ରାଇଭ ପରୀକ୍ଷଣ କରିଛନ୍ତି । ଏହାର ରିପୋର୍ଟ ଟ୍ରାଇ 13 ସେପ୍ଟେମ୍ବରକୁ ଜାରି କରିଛନ୍ତି ।

ଟ୍ରାଇର କହିବା ଅନୁସାରେ ଭୋପାଳରେ 4G ସ୍ପିଡ 20 Mbps ରହିବା ଉଚିତ କିନ୍ତୁ 18.89 ରହିଛି । ଏଥିରେ ନେଟସ୍ୱର୍କର ଗୁଣବତ୍ତା,ଭଏସ କଲ,ୱେବ ପେଜ ଏବଂ ଲୋଡିଙ୍ଗକୁ ସାମିଲ କରାଯାଇଥିଲା । ଭୋପାଳରେ କଲ ଡ୍ରପ ସମସ୍ୟା ଦେଖା ଦେଲାନାହିଁ,କିନ୍ତୁ ମୁମ୍ବାଇରେ ଏହା 2 ପ୍ରତିଶତରୁ ଅଧିକ ଦେଖାଦେଲା,ଯେଉଁ ସମସ୍ୟା ନ ହେବା ଉଚିତ । ତେବେ ଟ୍ରାଇର ନିୟମ 2 ପ୍ରତିଶତରୁ ଅଧିକ କଲ ଡ୍ରପ ନ ହେବା ଆବଶ୍ୟକ । ଟ୍ରାଇ ଅନୁସାରେ ଦେଶର କୌଣସି ଟେଲିକମ କମ୍ପାନୀ ଠିକ ଭାବରେ ସେବା ଯୋଗାଉ ନାହାଁନ୍ତି ।

ସର୍ଭେ ଅନୁସାରେ କନୌରରେ- 16.76 (ଏୟାରଟେଲ)
ଦୂର୍ଗ-15.28 (ଏୟାରଟେଲ)
ଭୋପାଳ-9.65 (ଜିଓ)
ମୁମ୍ବାଇ-9.77 (ଜିଓ)
ନୂଆ ମୁମ୍ବାଇ-8.34 (ଭୋଡ଼ାଫୋନ)
ବାରଣାସୀ-4.82(ଜିଓ)

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More