Only for Entertainment

ଏଭିକ ମିସ ୟୁନିର୍ଭସ କ୍ରାଉନ ହାତେଇଲେ ଓଡିଆ ଝିଅ ଯୁଗଜ୍ୟୋତି ମହାନ୍ତି

facebook
236

ଓଡିଶା ପାଇଁ ଗୌରବ ଆଣିଲେ ଓଡିଆ ଝିଅ ଯୁଗଜ୍ୟୋତି ମହାନ୍ତି । ଦିଲ୍ଲୀରେ ଆୟୋଜିତ ଏଭିକ ମିସ୍ ୟୁନିର୍ଭସ ବ୍ୟୁଟି ପ୍ରତିଯୋଗୀତାରେ ସଫଳତା ଆଣିଛନ୍ତି ଓଡିଆ ଝିଅ । ବିଭିନ୍ନ ରାଜ୍ୟର ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ଇଣ୍ଡିଆ ୟୁନିର୍ଭସ କ୍ରାଉନ ହାତେଇଛନ୍ତି ରାଉରକେଲାର ଯୁଗଜ୍ୟୋତି ।

ମୋଟ ୭୫ଜଣ ପ୍ରତିଯୋଗୀଙ୍କୁ ବିଭିନ୍ନ ରାଉଣ୍ଡରେ ପଛରେ ପକାଇ ମିସ ଇଣ୍ଡିଆ ୟୁନିର୍ଭସ ପ୍ରତିଯୋଗୀତାର ଟାଇଟେଲ ନିଜ ନାଁରେ ସେ କରିଛନ୍ତି । ଓଡିଶା ଫ୍ୟାଶନ ଭିଲ୍ଲା ପକ୍ଷରୁ ଏଭିକ ମିସ ଇଣ୍ଡିଆ ୟୁନିଭର୍ସରେ ପ୍ରତିଯୋଗୀତାରେ ସଫଳତା ପାଇବା ପରେ ସେ ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ସୁନ୍ଦରୀ ପ୍ରତିଯୋଗୀତାରେ ସଫଳତା ପାଇଁ ରାଜ୍ୟ ପାଇଁ ଗୌରବ ଆଣି ଗୋଟେ କଥା ସେ ପ୍ରମାଣ କରିଛନ୍ତି । ଯଦି ମନରେ ଦୃଢ ଇଚ୍ଛା ଶକ୍ତି ରହିଛି ଓ ଲକ୍ଷ୍ୟ ରଖିଛନ୍ତି ତେବେ ଆପଣଙ୍କ ସ୍ୱପ୍ନ ନିଶ୍ଚିତ ପୂରା ହେବ ।

ପ୍ରତିଯୋଗୀତାରେ ଯୁଗଜ୍ୟୋତି କେବଳ ନିଜର ସୌନ୍ଦଯ୍ୟତାରେ ଜର୍ଜଙ୍କ ଧ୍ୟାନ ଆର୍କଷଣ କରିନଥିଲେ । ବଂର ସଠିକ ଉତର ବୁଦ୍ଧିମତାର ସହ ଦେଇ ପାଇଥିଲେ ଏହି ସଫଳତା । କଳାକାର ପରିବାରର ଝିଅ ଯୁଗଜ୍ୟୋତି ବର୍ତମାନ ଏମବିଏ ପାଠପଡା ଜାରି ରଖିଛନ୍ତି । ମଧ୍ୟବିତ ପରିବାରର ଝିଅ ହୋଇଥିବା ଯୋଗୁଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଫ୍ୟାଶନ ଓ ମଡେଲିଂକୁ ନେଇ କ୍ୟାରିୟର ଗଢିବା ତାଙ୍କ ପାଇଁ ମୁସ୍କିଲ ହୋଇପଡିଥିଲା । ତେବେ କଳାକାର ପରିବାର ଝିଅକୁ ମିଳିଥିଲା ବାପା, ମା’ଙ୍କ ପୂର୍ଣ୍ଣ ସହଯୋଗ । ପରିବାରର ସହଯୋଗ ପାଇବା ପରେ ନିଜ ସ୍ୱପ୍ନ ଆଡକୁ ଆଗେଇଥିଲେ ଯୁଗଜ୍ୟୋତି ।

ଆଗକୁ ଫେମିନା ମିସ ଇଣ୍ଡିଆରେ ଭାଗ ନେବା ସହ ଓଡିଶା ପାଇଁ ଗୌରବ ଆଣିବାକୁ ଇଚ୍ଛା ରଖିଛନ୍ତି ଏହି ଟପ ମଡେଲ । ତେଣୁ ସେ ଦିଲ୍ଲୀ ଯିବେ ଓ ସେଠରେ ଫେମିନା ପାଇଁ ପ୍ରସ୍ତୁତି କରିବେ ବୋଲି କହିଛନ୍ତି ।

ଏଥିସହ ଯୁଗଜ୍ୟୋତି ଓଡିଶାର ସେହି ସମସ୍ତ ପରିବାରକୁ ଗୋଟେ ଅପିଲ କରିଛନ୍ତି ଯେଉଁମାନଙ୍କ ଝିଅ ଫ୍ୟାଶନ ଓ ମଡେଲିଂ ଦୁନିଆରେ କ୍ୟାରିୟର ଗଢିବାକୁ ଚାହୁଁଛନ୍ତି । ଯୁଗଜ୍ୟୋତି କହିଛନ୍ତି ମଡେଲିଂରେ କ୍ୟାରିୟର କରିବାକୁ ଆଗ୍ରହୀ ଝିଅଙ୍କ ପରିବାର ସେମାନଙ୍କୁ ସହଯୋଗ ଜଣାନ୍ତୁ,ଆଗକୁ ବଢିବାକୁ ସମର୍ଥନ ଜଣାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More