Only for Entertainment

ଏକ୍ସ ଲଭରଙ୍କ ଭାବବିହ୍ୱଳ ଭରା ମେସେଜ ସୋସିଆଲ ମିଡିଆରେ ଭାଇରାଲ, ୟୁଜର୍ସ ମଧ୍ୟ ହେଲେ ଭାବୁକ !

392

ପ୍ରେମିକାଙ୍କ ବିବାହର ଠିକ ଗୋଟେ ଦିନ ପୂର୍ବରୁ ପ୍ରେମିକଙ୍କ ପଠାଯାଇଥିବା ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛିଦିନ ପୂର୍ବେ ହୋଇଥିବା ବାର୍ତ୍ତାଳାପକୁ ଟ୍ୱିଟରରେ ସ୍କ୍ରିନ ସଟ ଶେୟାର କରି ପ୍ରେମିକ ଲେଖିଛନ୍ତି ଯେ ଏବେ ତାଙ୍କର ବିବାହ ହେବାକୁ ଯାଉଛି । ଏହାକୁ ଟ୍ୱିଟରରେ ଖୁବ ଲାଇକ ମିଳିଛି ।

କିନ୍ତୁ ଚିଠି ଲେଖିଥିବା ସେହି ବ୍ୟକ୍ତି ନା’ ଜଣା ପଡିନାହିଁ । ତାଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସାହାଯ୍ୟ କରିଥିବାରୁ ଅଜଣା ବ୍ୟକ୍ତି ତାଙ୍କ ମେସେଜରେ ନିଜ ପୂର୍ବ ପ୍ରେମିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆଶ୍ଚର୍ଯ୍ୟର କଥା ହେଉଛି ଏହି ବ୍ୟକ୍ତି ଜଣକ ସେ ଚିଠିରେ ପରିଷ୍କାର ଭାବେ ଲେଖିଛନ୍ତି ଯେ ତାଙ୍କ ପ୍ରେମିକାଙ୍କର ବିବାହ ହେବାକୁ ଯାଉଛି ଏବଂ ତାଙ୍କ ଭାବୀ ସ୍ୱାମୀଙ୍କୁ ଏହାମଧ୍ୟ ଜଣା ଅଛି ।

ସେ ଲେଖିଛନ୍ତି ଯେ କଷ୍ଟ ସମୟରେ ତାଙ୍କର ସାଥ୍ ଦେଇଥିବାରୁ ହୃଦୟରୁ ଧନ୍ୟବାଦ । ସବୁବେଳେ ତାଙ୍କୁ ପ୍ରେରଣା ଏବଂ ପ୍ରୋତ୍ସାହନ ଦେବା କାରଣରୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି । ଚିନ୍ତାରୁ ଦୂରରେ ରଖିବା ପାଇଁ, ଶରୀର ଅସୁସ୍ଥ ଥିବା ବେଳେ ଏବଂ ମାନସିକ ଅବସାଦ ସମୟରେ ଧ୍ୟାନ ରଖିଥିବା କାରଣରୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ପ୍ରେମୀ । ତାଙ୍କୁ ଭଲ ପାଇଥିବାରୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

ଏହାଦେଖି ପ୍ରେମିକା ଜଣକ ଜବାବରେ ଲେଖିଛନ୍ତି ଯେ ସେ ନିର୍ବାକ ଏବଂ ବୁଝି ପାରୁନାହାନ୍ତି କଣ କହିବେ । ସୋସିଆଲ ମିଡିଆରେ ଆସିବା କ୍ଷଣି ଏହି ପୋଷ୍ଟ ଖୁବ ଭାଇରାଲ ହେବାରେ ଲାଗିଛି । କିଛି ଲୋକ ଏହାକୁ ଖୁବ ସୁନ୍ଦର କହିଛନ୍ତି । ଏହାପରେ ୟୁଜର ନିଜ ପ୍ରେମିକାଙ୍କ ଜବାବକୁ ମଧ୍ୟ ଅନଲାଇନରେ ଶେୟାର କରି କହିଛନ୍ତି ଯେ ତା’ର ବିବାହ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More