Only for Entertainment

ଛୋଟ ପରଦାରେ ପୁଣିଥରେ ଦେଖିବାକୁ ମିଳିବ ଏକ୍ସ ଲଭର ସୁଶାନ୍ତ ଏବଂ ଅଙ୍କିତାଙ୍କ କେମେଷ୍ଟ୍ରୀ ।

Firstpost Hindi
0 41

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ଯୋଡି ପୁଣି ଥରେ ଛୋଟ ପରଦାରେ ଦେଖିବାକୁ ମିଳିବ । ଦୁହିଁଙ୍କ କେମେଷ୍ଟ୍ରୀକୁ ଲୋକେ ଖୁବ ପସନ୍ଦ କରୁଥିଲେ । କିନ୍ତୁ କିଛି ସମୟ ପୂର୍ବରୁ ଦୁହିଁଙ୍କର ବ୍ରେକଅପ ହୋଇଗଲା ।

ଖବର ଅନୁସାରେ ଜି ଟିଭି ନିଜର ଦୁଇଟି ଶୋ’କୁ ଅନଏୟାର କରିବାକୁ ଯାଉଛି । ଏହି ଦୁଇଟି ଶୋ’ ହେଉଛି ‘ଯୋଦ୍ଧା ଅକବର’ ଏବଂ ‘ପବିତ୍ର ରିସ୍ତା’ । ଚ୍ୟାନେଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଇଂଷ୍ଟାଗ୍ରାମରେ ଏହା ବିଷୟରେ ସୂଚନା ଦେଇ ଲେଖିଥିଲେ, ‘ଦର୍ଶକଙ୍କ ଚାହିଦା ଅନୁସାରେ ଲୋକପ୍ରିୟ ଶୋ’ ପବିତ୍ର ରିସ୍ତା ଏବଂ ଯୋଦ୍ଧା ଅକବରକୁ ପୁଣିଥରେ ଅନଏୟାର କରାଯିବ ।’ ୩ ସେପ୍ଟେମ୍ବରରୁ ସଂଧ୍ୟା ୪ ଏବଂ ୫ ଟାରେ ଏହା ପ୍ରସାରିତ ହେବ । କହିରଖୁଛୁ ଯେ ପବିତ୍ର ରିସ୍ତା ୨୦୦୯ରେ ଆରମ୍ଭ ହୋଇଥିଲା ଏବଂ ଏହା ୫ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ।

 

କହିରଖୁଛୁ ଯେ, ଅଙ୍କିତା ଲୋଖଣ୍ଡେ ଏବଂ ସୁଶାନ୍ତ ସିଂ ରାଜପୁତ ଅନେକ ବର୍ଷ ହେବ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି । ବ୍ରେକଅପ ପରେ ଅଙ୍କିତା ଆକ୍ଟିଂ ଠାରୁ ନିଜକୁ ଦୂରେଇ ଦେଇଥିଲେ । କିନ୍ତୁ ସେ ଖୁବ ଶୀଘ୍ର କଙ୍ଗନା ରାଣାୱତଙ୍କ ସହିତ ଫିଲ୍ମ ‘ମଣିକର୍ଣ୍ଣିକା’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More