Only for Entertainment

ମାତ୍ରାଧିକ ନାଜାଲ ସ୍ପ୍ରେ ହୋଇପାରେ କ୍ଷତିକାରକ !

Seagate World
0 34

ଅନେକ ସମୟରେ ଆମ ନାକ ବନ୍ଦ ହୋଇ ଯାଇଥାଏ ବା ନାକରେ ମଇଳା ଜମି ଯାଇଥାଏ । ଏହାକୁ ନେଇ ଆମେ ଚିନ୍ତିତ ହୋଇଥାଉ । ଅଧିକ ମାତ୍ରାରେ ନାଜାଲ ସ୍ପ୍ରେ କରିଥାଉ ନାକରେ । ତେବେ ମନେ ରଖନ୍ତୁ , ଅଧିକ ମାତ୍ରାରେ ନାଜାଲ ସ୍ପ୍ରେର ପ୍ରୟୋଗ କରିବା ଘାତକ ସାବ୍ୟସ୍ତ ହୋଇଥାଏ ।

ଡାକ୍ତରଙ୍କ ପରାମର୍ଶକ୍ରମେ ନାଜାଲ୍‌ ସ୍ପ୍ରେର ପ୍ରୟୋଗ କରିବା ଉଚିତ୍‌ । କିନ୍ତୁ ତା’ଠାରୁ ଅଧିକ ଡୋଜ୍‌ ନିଅନ୍ତି, ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହେବ । ବିଶେଷ କରି ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ, ଥାଇରଏଡ୍‌ ବା ମୂତ୍ରଜନିତ କୌଣସି ରୋଗ ଥାଏ, ତେବେ ନାଜାଲ୍‌ ସ୍ପ୍ରେର ବ୍ୟବହାର ନ କରିବା ଭଲ । କାରଣ ଏହି ସ୍ପ୍ରେ ରକ୍ତଚାପ ବୃଦ୍ଧି କରିଥାଏ । ଫଳରେ ଦେହ ଭଲ ହେବା ବଦଳରେ ନର୍ଭସନେସ୍‌ ବୃଦ୍ଧି ପାଇଥାଏ ଓ ନିଦ୍ରାଜନିତ ସମସ୍ୟା ବି ଦେଖା ଦେଇଥାଏ ।

ଯଦି ଆପଣ ଥଣ୍ଡା ଯୋଗୁଁ ଅସ୍ତବ୍ୟସ୍ତ ହୋଇ ନାଜାଲ୍‌ ସ୍ପ୍ରେର ପ୍ରୟୋଗ କରୁଥାନ୍ତି, ତେବେ ତାହା ସ୍ଥାୟୀ ସମାଧାନ ନୁହେଁ । ଏହା ଫଳରେ ଆପଣ ସାଇନସ ଭଳି ଗମ୍ଭୀର ରୋଗର ଆଶଙ୍କା ବୃଦ୍ଧି ପାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More