Only for Entertainment

ଅମିତାଭ ବଚ୍ଚନ-ଇମରାନ ହାଶମୀଙ୍କ ଫିଲ୍ମ ‘ଚେହରେ’ରେ କୃତି ଖରବନ୍ଧାଙ୍କୁ ରିପ୍ଲେସ କରିବେ ଏହି ଅଭିନେତ୍ରୀ!

latestly
19

ଅମିତାଭ ବଚ୍ଚନ ଏବଂ ଇମରାନ ହାଶମୀଙ୍କ ଫିଲ୍ମ ‘ଚେହରେ’କୁ ନେଇ ନିକଟରେ ଖବର ଆସିଥିଲା ଯେ ଫିଲ୍ମର ଲିଡ ଅଭିନେତ୍ରୀ କୃତି ଖରବନ୍ଦା ଏହି ପ୍ରୋଜେକ୍ଟର ବାହାରି ଯାଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ କୃତିଙ୍କ ନଖରାମୀ ଗୁଣ ପାଇଁ ମେକର୍ସ ତାଙ୍କ ସହିତ ପ୍ରୋଜେକ୍ଟ ଆଗକୁ ବଢାଇନାହାଁନ୍ତି ।

କୃତି ଏହି ପ୍ରୋଜେକ୍ଟରୁ ବାହାରିବା ପରେ ଏବେ ଫିଲ୍ମ ପାଇଁ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ମୌନୀ ରୟଙ୍କୁ ଆପ୍ରୋଚ କରିଛନ୍ତି । ଖବର ଅନୁସାରେ ଫିଲ୍ମର ପ୍ରଡ୍ୟୁସର ଆନନ୍ଦ ପଣ୍ଡିତ ନିଜ ଅଫିସରେ ମୌନୀ ରୟ ଏବଂ ଅଙ୍କିତା ଲୋଖଣ୍ଡେଙ୍କୁ ବାରି ବାରି କରି ସାକ୍ଷାତ କରିଛନ୍ତି । ମୌନୀଙ୍କ ସହିତ ତାଙ୍କର ମିଟିଂ ମାତ୍ର କିଛି ମିନିଟ ଚାଲିଥିବା ବେଳେ ଅଙ୍କିତାଙ୍କ ସହିତ ତାଙ୍କର ମିଟିଂ ଦେଢ ଘଣ୍ଟା ପାଖାପାଖି ଚାଲିଥିଲା । ସେଥିପାଇଁ ଅନୁମାନ କରାଯାଉଛି ଫିଲ୍ମରେ ଅଙ୍କିତାଙ୍କୁ ନେବାର ସୁଯୋଗ ଅଧିକ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More