Only for Entertainment

‘ଛପାକ’ ସୁଟିଂର ପ୍ରଥମ ଦିନରେ ଖୁବ କାନ୍ଦିଥିଲେ ଦୀପିକା ପାଦୁକୋନ, ଜାଣନ୍ତୁ କାରଣ

google
15

ଦୀପିକା ପାଦୁକୋନ ରଣବୀର ସିଂଙ୍କୁ ବିବାହ କରିବା ପରେ ଫିଲ୍ମ ‘ଛପାକ’ରୁ ନିଜ ବଲିଉଡ କ୍ୟାରିୟର ଆଗକୁ ବଢାଇବାର ନର୍ଣ୍ଣୟ ନେଇଛନ୍ତି । ଫିଲ୍ମର କାହଣୀ ଏକ ରିଅଲ ଲାଇଫ ଇଂସିଡେଣ୍ଟ ଉପରେ ଆଧାରିତ । ଏହାର ନିର୍ଦ୍ଦେଶନା ଦେଉଛନ୍ତି ମେଘନା ଗୁଲଜାର । ଦୀପିକା ପାଦୁକୋନଙ୍କ ଫିଲ୍ମ ଛପାକରେ ଦର୍ଶକ ଏସିଡ ଆଟାକ ସରଭାଇବର ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ କାହାଣୀ ଦେଖିବାକୁ ପାଇବେ ।

ଏବେ ଏହି ଫିଲ୍ମ ବିଷୟରେ ଏକ କଥା ସାମ୍ନାକୁ ଆସିଛି । କୁହାଯାଉଛି ଯେ, ‘ଛପାକ’ ସୁଟିଂର ପ୍ରଥମ ଦିନରେ ଦୀପିକା ପାଦୁକୋନ ସେଟରେ ଖୁବ କାନ୍ଦିଥିଲେ । ଏହି କାରଣରୁ କିଛି ସମୟ ପାଇଁ ସୁଟିଂ ବନ୍ଦ କରିବାକୁ ପଡିଥିଲା ।

deepika pic

କିଛି କାହାଣୀ ଏତେ ହୃଦୟ ସ୍ପର୍ଶୀ ହୋଇଥାଏ ଯେ, ଏହାକୁ ସୁଟ କରିବା ସମୟରେ କଳାକାର ଭାବୁକ ହୋଇ ପଡନ୍ତି । ଦୀପିକାଙ୍କ ସହିତ ମଧ୍ୟ ଏପରି କିଛି ହୋଇଥିଲା । ମେଘନା ଏବଂ ଦୀପିକା ଫିଲ୍ମର ପ୍ରଥମ ସିନ ବିଷୟରେ ଅନେକ ଡିସ୍କସନ କରିଥିଲେ । ଯେତେବେଳେ ଦୀପିକା ମେକଅପ ସାରି ସୁଟିଂ ପାଇଁ ସେଟରେ ପହଁଚିଥିଲେ ସେତେବେଳେ ସେ ଏତେ ଭାବୁକ ହୋଇଯାଇଥିଲେ ଯେ ସେ ଖୁବ କାନ୍ଦିବାକୁ ଲାଗିଲେ । ପରେ ମେଘନା କିଚି ସମୟ ପାଇଁ ସୁଟିଂ ବନ୍ଦ କରିଦେଇଥିଲେ । ପରେ ଦୀପିକା ନିଜକୁ ସମ୍ଭାଳି ସୁଟିଂ ଆରମ୍ଭ କରିଥିଲେ ।

କହିରଖୁଛୁ ଯେ, ‘ଛପାକ’ ସହିତ ଦୀପିକା ପ୍ରଡକ୍ସନ କ୍ଷେତ୍ରରେ ପାଦ ରଖିଛନ୍ତି । ପ୍ରଡ୍ୟୁସଲର ଭାବେ ଏହା ତାଙ୍କର ପ୍ରଥମ ଫିଲ୍ମ । ଫିଲ୍ମରେ ଦୀପିକାଙ୍କ ଅପୋଜିଟରେ ବିକ୍ରାନ୍ତ ମେସୀ ନଜର ଆସିବେ । ଫିଲ୍ମ ଆଗାମୀ ବର୍ଷ ୧୦ ଜାନୁଆରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More