Only for Entertainment

ଏକ୍ସକ୍ଲୁସିଭ : ‘ସୂର୍ଯ୍ୟବଂଶୀ’ ହେବ ରୋହିତ ସେଟ୍ଟୀ ଏବଂ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ, ‘ସିମ୍ବା’ର ଅନ୍ତରେ ଧମାକାଦାର ଏଣ୍ଟ୍ରି ମାରିବେ ଖିଲାଡୀ କୁମାର ।

DNA India
30

ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏବଂ ଅଭିନେତା ରଣବୀର ସିଂଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସିମ୍ବା’ ଆଜି ରିଲିଜ ହୋଇଛି । ଫିଲ୍ମରେ ରଣବୀରଙ୍କ ସହିତ ସିଙ୍ଘମ ଅଜୟ ଦେବଗନଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିବ । ଏହା ସହିତ ଶୁଣିବାକୁ ମିଳିଥିଲା ଯେ ଫିଲ୍ମରେ ଅକ୍ଷୟ କୁମାରଙ୍କ ମଧ୍ୟ ଏଣ୍ଟ୍ରି ଦେଖିବାକୁ ମିଳିବ । ତେବେ ଏହି ଖବରକୁ କେହି କେହି ଗୁଜବ କହୁଥିବା ବେଳେ ଏହା ଉପରେ ଏବେ ପକ୍କା ମୋହର ଲାଗି ସାରିଛି । ଆଜ୍ଞା ହଁ ସିମ୍ବାର ଅନ୍ତରେ ଆପଣ ଅକ୍ଷୟ କୁମାରଙ୍କୁ ଦେଖିବାକୁ ପାଇବେ ।

ଅସଲରେ ରୋହିତ ସେଟ୍ଟୀ ଏବଂ ଅକ୍ଷୟ କୁମାର ଏକ ନୂଆ ପ୍ରୋଜେକ୍ଟରେ କାମ ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ଅକ୍ଷୟ ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ଫିଲ୍ମ ସିମ୍ବାରେ ରୋହିତ ନିଜର ନୂଆ ଚରିତ୍ରକୁ ଲୋକଙ୍କ ସହିତ ପରିଚିତ କରାଇବେ ।

ଖବର ଅନୁସାରେ ରୋହିତ ଏବେ ଅକ୍ଷୟଙ୍କ ଆଗାମୀ ପ୍ରୋଜେକ୍ଟର ନାମ ରହିଛି ‘ସୂର୍ଯ୍ୟବଂଶୀ’ । ଫିଲ୍ମରେ ଅକ୍ଷୟ କୁମାର ଇନସ୍ପେକ୍ଟର ସୂର୍ଯ୍ୟବଂଶୀ ଭୂମିକାରେ ନଜର ଆସିବେ । ଫିଲ୍ମର ସୁଟିଂ ଆଗାମୀ ବର୍ଷ ୨୦୧୯ ଏପ୍ରିଲରେ ଆରମ୍ଭ ହେବ । କହିରଖୁଛୁ ଯେ, ଅକ୍ଷୟ କୁମାର ପ୍ରଥମ ଥର ପାଇଁ ରେହିତ ସେଟ୍ଟୀଙ୍କ ସହିତ ହାତ ମିଳାଇଛନ୍ତି । ତେଣୁ ଫିୁଲ୍ମରେ ଦୁହେଁ କୌଣସି କମି ରଖିବାକୁ ଚାହାଁନ୍ତି ନାହିଁ । ଅକ୍ଷୟ ଫିଲ୍ମରେ ଅଭିନୟ କରିବା ସହିତ ଏହାକୁ ପ୍ରଡ୍ୟୁସ ମଧ୍ୟ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More