Only for Entertainment

ଏହି ଷ୍ଟାରକିଡ ରିଲିଜ ପୂର୍ବରୁ ଦେଖିଲେ ଶାହରୁଖଙ୍କ ଫିଲ୍ମ ଜିରୋ, ଏହି କାରଣରୁ ନିର୍ଦ୍ଦେଶକ ନେଇଥିଲେ ନିଷ୍ପତି ।

bollywood life
0 24

ଶାହରୁଖଙ୍କ ଫିଲ୍ମ ‘ଜିରୋ’ର ରିଲିଜ ଡେଟ ପାଖେଇ ଆସୁଥିବା ବେଳେ ଦର୍ଶକଙ୍କ ଉତ୍ସୁକତା ବଢିବାରେ ଲାଗିଛି । ଫିଲ୍ମ ରିଲିଜ ହେବାକୁ ଆହୁରି ୪ ମାସ ବାକି ରହିଛି । କିନ୍ତୁ ଫିଲ୍ମର ଟିଜର ସାମ୍ନାକୁ ଆସିବା ପରେ ଶାହରୁଖଙ୍କ ଫ୍ୟାନମାନେ ଫିଲ୍ମ ବିଷୟରେ ଅଧିକ ଜାଣିବା ପାଇଁ ଅସ୍ଥିର ହୋଇପଡିଛନ୍ତି । ଫିଲ୍ମର ପ୍ରଥମ ଟିଜର ୧ ଜାନୁଆରୀରେ ରିଲିଜ ହୋଇଥିଲା ଏବଂ ଦ୍ୱିତୀୟ ଟିଜର ଇଦରେ । ଦ୍ୱିତୀୟ ଟିଜରରେ ଶାହରୁଖ, ସଲମାନ ଖାନଙ୍କ ସହିତ ନଜର ଆସିଥିଲେ । ଏହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ତେବେ ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।

abram-is-shah-rukh-khans

ଖବର ଅନୁସାରେ ଜଣେ ଷ୍ଟାରକିଡଙ୍କୁ ଖାସ କରି ଫିଲ୍ମ ‘ଜିରୋ’ ଦେଖିବାର ସୁଯୋଗ ମିଳିଛି । ଏହି ଷ୍ଟାରକିଡ ଜଣଙ୍କ ଆଉ କେହି ନୁହେଁ ଶାହରୁଖଙ୍କ ଲାଡଲା ଅବରାମ । ଅବରାମକୁ ଜିରୋର ଫାଷ୍ଟ ସିଡ୍ୟୁଲ ଖାସ କରି ଦେଖିବାକୁ ଦିଆଯାଇଛି । ଫାଷ୍ଟ ସିଡ୍ୟୁଲର ରଫ କଟ ବେଳେ ଅବରାମଙ୍କୁ ଏହା ଦେଖିବାକୁ ଦିଆଯାଇଥିଲା । ଫିଲ୍ମକୁ ନେଇ ପିଲାମାନଙ୍କର ପ୍ରତିକ୍ରିୟା ଜାଣିବା ପାଇଁ ନିର୍ଦ୍ଦେଶକ ଏହି ନିର୍ଣ୍ଣୟ ନେଇଥିଲେ । ତେବେ ଶୁଣିବାକୁ ମିଳିଛି ଯେ ଅବରାମ କୁଆଡେ ଫିଲ୍ମର ପ୍ରଥମ ପାର୍ଟକୁ ଖୁବ ପସନ୍ଦ କରିଛନ୍ତି ।

shah-rukh-khan-abram

ଖବର ଅନୁସାରେ ଫିଲ୍ମର ନିର୍ଦ୍ଦେଶକ ଆନନ୍ଦ ଏଲ ରଏ ଏବଂ ଶାହରୁଖଙ୍କ ପାଇଁ ‘ଜିରୋ’ ଏକ ମହତ୍ୱପୂର୍ଣ୍ଣ ପ୍ରୋଜେକ୍ଟ । ସେଥିପାଇଁ ଫିଲ୍ମକୁ ସିକ୍ରେଟ ରଖାଯାଇଛି । କିନ୍ତୁ ଫିଲ୍ମକୁ ନେଇ ଦର୍ଶକଙ୍କ ରିଆକ୍ସନ ଜାଣିବା ପାଇଁ ମଧ୍ୟ ଚାହୁଁଛନ୍ତି । ସେଥିପାଇଁ ସେ ଅବରାମଙ୍କୁ ଏହା ଦେଖିବାକୁ ସୁଯୋଗ ଦେଇଥିଲେ । ତେବେ ଅବରାମଙ୍କ ରିଆକ୍ସନ ପରେ ଫିଲ୍ମର ନିର୍ଦ୍ଦେଶକ ଏବଂ ଶାହରୁଖ ଖାନ ଆଶ୍ୱସ୍ତ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More