Only for Entertainment

ଲିଡ ରୋଲକୁ ନେଇ ବଲିଉଡର ଏହି ଦୁଇ ସୁନ୍ଦରୀଙ୍କ ମଧ୍ୟରେ ଚାଲିଛି କ୍ୟାଟ ଫାଇଟ

The Live Mirror
29

ବଲିଉଡରେ ଏବେ ଚର୍ଚ୍ଚା ସାଉଁଟିଛି ସୋନାକ୍ଷୀ ସିହ୍ନା ଓ ପରିଣୀତି ଚୋପ୍ରାଙ୍କ କ୍ୟାଟ୍ ଫାଇଟ୍ । ଉଭୟ ନାୟିକା ନିଜ ଆଗାମୀ ସିନେମା ‘ଭୁଜ୍ – ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’କୁ ନେଇ ଏବେ ହୋଇଛନ୍ତି ମୁହାଁମୁହିଁ । ଉଭୟ ନାୟିକା ଏହି ଆଗାମୀ ସିନେମାରେ ପ୍ରମୁଖ ଚରିତ୍ରରେ ଅଭିନୟ କରୁଛନ୍ତି । ଆଉ ନିଜ ନିଜ ଚରିତ୍ର ଏବଂ ସିନେମାରେ ନିଜ ଭୂମିକାକୁ ନେଇ ଏବେ ଏହି ଦୁଇ ନାୟିକା ଭିତରେ ଆରମ୍ଭ ହୋଇ ଯାଇଛି ଶୀତଳ ଯୁଦ୍ଧ । ଖବର ଏମିତି ବି ଆସିଛି, ଯେ ସୁଟିଂ ସେଟରେ ସୋନାକ୍ଷୀ ଓ ପରିଣୀତି ପରସ୍ପରର ମୁହଁକୁ ଅନାଉ ନାହାଁନ୍ତି । ମିଳିଥିବା ଖବର ଅନୁସାରେ ଏହି ନାୟିକା ଦ୍ୱୟଙ୍କ ଭିତରେ ଝଗଡା ସିନେମାର ଲିଡ୍ ହିରୋଇନ୍ ପୋଷ୍ଟ ପାଇଁ ହୋଇଛି ।

ସୋନାକ୍ଷୀ ନିଜକୁ ଫିଲ୍ମର ଲିଡ ନାୟିକା କହିବାକୁ ଏହା ପରିଣୀତିଙ୍କୁ ପସନ୍ଦ ଆସିନଥିଲା । ଏହି କଥାକୁ ନେଇ ସେ ପ୍ରଯୋଜକଙ୍କ ପାଖରେ ଅଭିଯୋଗ ମଧ୍ୟ କଲେ । ପରିଣୀତିଙ୍କ କହିବା କଥା, ସିନେମାରେ ଉଭୟ ନାୟିକାଙ୍କ ଗୁରୁତ୍ୱପୂର୍ଣ୍ଣ ରୋଲ୍ ରହିଛି । ଆଉ କୌଣସି ଜଣଙ୍କୁ ଲିଡ୍ ନାୟିକା କହିବା ଆଦୌ ଠିକ୍ ନୁହେଁ ବୋଲି ପରିଣୀତି ସଫେଇ ଦେଇଛନ୍ତି ।

ସିନେମାରେ ଅଭିନେତ୍ରୀ ସୋନାକ୍ଷୀ ଜଣେ ସମାଜ ସେବୀ ସୁନ୍ଦରବେନ୍ ଜେଠା ଚରିତ୍ର ତୁଲାଉଥିବାବେଳେ ପରିଣୀତି, ଅଣ୍ଡର-କଭର୍ ଏଜେଂଟ୍ ଭୂମିକାରେ ନଜର ଆସିବେ । ଚଳଚ୍ଚିତ୍ର ‘ଭୁଜ୍ – ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ ୧୯୭୧ ଭାରତ – ପାକିସ୍ତାନ ଯୁଦ୍ଧ ସମୟରେ ଭୁଜ୍ ଏୟାରବେସ୍ ଉପରେ ହୋଇଥିବା ପାକିସ୍ତାନର ଆକ୍ରମଣ କାହାଣୀକୁ ନେଇ ଗତିଶୀଳ ହେବ ।

ajya

ଏଥିରେ ଅଭିନେତା ଅଜୟ ଦେବଗନ୍ ନାୟକ ଭାବେ ନଜର ଆସିବେ । ଯିଏ ଭୁଜ୍ ଏୟାରବେସ୍ ଇନଚାର୍ଜ ବିଜୟ କାର୍ଣ୍ଣିକ ଚରିତ୍ର ପରଦାରେ ତୁଲାଇବେ । ତେବେ ସିନେମାରେ ରାଣା ଡାଗୁବତି, ସଂଜୟ ଦତ୍ତଙ୍କୁ ମଧ୍ୟ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ । ଟିସିରିଜ୍ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଭିଷେକ ଓ କୁମାର୍ ମଙ୍ଗତ ପାଠକ୍ । ସିନେମାଟି ଅଗଷ୍ଟ ୧୪, ୨୦୨୦ରେ ମୁକ୍ତିଲାଭ କରିବ । ତେବେ ସେତେବେଳ ଯାଏ ଏହି ଦୁଇ ସୁନ୍ଦରୀଙ୍କ କଳି ଶେଷ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More