Only for Entertainment

ପ୍ରଥମ ଥର କମେଡି ହରର ଫିଲ୍ମରେ ନଜର ଆସିବେ ବିକ୍କି , ନିଜେ କଲେ ଖୁଲାସା !

15

ଏହା କହିବା ଭୂଲ ହେବ ନାହିଁ ଯେ ୨୦୧୯ରେ ବିକ୍କି କୌଶଲଙ୍କ ପାଇଁ ଖୁବ ଭାଗ୍ୟଶାଳୀ ରହିବ । ଚଳିତ ବର୍ଷ ଆରମ୍ଭରେ ବିକ୍କି ନିଜ ଫିଲ୍ମ ଉରି ଜରିଆରେ ପୁଣି ଥରେ ନିଜ ଅଭିନୟର ଯାଦୁ ବିଛାଇ ସାରିଲେଣି । ତାଙ୍କ ଫିଲ୍ମକୁ ଖୁବ ଭଲ ରେସପନ୍ସ ମିଳିଛି । ଏହାବ୍ୟତୀତ ସେ କରଣ ଜୋହରଙ୍କ ଅପକମିଂ ଫିଲ୍ମ ତଖ୍ତରେ ନଜର ଆସିବେ ।

ମାତ୍ର ଏକ ରିପୋର୍ଟ ମୁତାବକ ବିକ୍କି ତଖ୍ତ ସହ ଆଉ ଏକ ଫିଲ୍ମରେ ନଜର ଆସିବେ ଯାହା କରଣ ଜୋହରଙ୍କ ବ୍ୟାନରର ହରର ଫିଲ୍ମ । ଏହି ଫିଲ୍ମରେ ବିକ୍କି ଭୂମି ପେଡନେକରଙ୍କ ସହ ନଜର ଆସିବେ, ମାତ୍ର ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

କିନ୍ତୁ ବିକ୍କି ଏବେ ନିଜେ ଏହାର ଖୁଲାସା କରିଛନ୍ତି , ଏବଂ ଏକ ସାକ୍ଷାତକାରରେ ତଖ୍ତ ସହ ସେ ଆଉ ଏକ ହରର ଫିଲ୍ମରେ ନଜର ଆସିବେ । ସେ ପ୍ରଥମଥର ହରର ଫିଲ୍ମରେ ନଜର ଆସିବେ ବୋଲି ମଧ୍ୟ କହିଛନ୍ତି । ସେ ପ୍ରଥମେ ଏହି ହରର ଫିଲ୍ମରେ ଅଭିନୟ କରିବେ ଏବଂ ଏହା ଶେଷ ହେଲା ପରେ ୨୦୧୯ର ଶେଷରେ ରିଲିଜ ହେବ । ଏହାପରେ ହିଁ ସେ ତଖ୍ତ ଫିଲ୍ମର ସୁଟିଂ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More