Only for Entertainment

ଚର୍ଚ୍ଚାରେ ଆଗାମୀ ଓଡିଆ ଚଳଚ୍ଚିତ୍ର ‘ଏକ୍ସକ୍ୟୁଜ୍ ମି’ ।

YouTube
0 61

ଚର୍ଚ୍ଚାରେ ଆଗାମୀ ଓଡିଆ ଚଳଚ୍ଚିତ୍ର ‘ଏକ୍ସକ୍ୟୁଜ୍ ମି’ । କିଛି କମେଡି, କିଛି ରୋମାନ୍ସ ଆଉ ଢେର୍ ସାରା ଆକ୍ସନ୍ ଏସବୁ ଦେଖିବାକୁ ମିଳିବ ଏହି ଅପକମିଂ ସିନେମାରେ । ନିକଟରେ ଏହି ଅପକମିଂ ସିନେମାର ଅଡିଓ ରିଲିଜ୍ ହୋଇ ଯାଇଛି । ଯେଉଁଠି ଫିଲ୍ମର ଲିଡ୍ ଷ୍ଟାର୍ଙ୍କ ସହ ନିର୍ଦ୍ଦେଶକ, ପ୍ରଯୋଜକଙ୍କୁ ବି ଦେଖିବାକୁ ମିଳିଥିଲା । ସଭିଁଏ ଏହି ଅବସରେ ଏକ୍ସକ୍ୟୁଜ୍ ମିର ଗୀତ ରିଲିଜ୍ କରିଥିଲେ । ଫିଲ୍ମରେ ନାୟକ ଭୂମିକାରେ ନଜର ଆସିବେ ନବାଗତ ରୋନକ୍ ଓ ନାୟିକା ଭାବେ ମେଘା ମହାନ୍ତିଙ୍କୁ ଦେଖିବାକୁ ମିଳିବ । ତେବେ ଏହି ଅଡିଓ ରିଲିଜ୍ କାର୍ଯ୍ୟକ୍ରମରେ ଲିଡ୍ ଷ୍ଟାର୍ ରୋନମ୍ ଓ ମେଘା ଉପସ୍ଥିତ ରହି ନିଜର ଏହି ଅପକମିଂ ଫିଲ୍ମ ବିସୟରେ ଖାସ୍ କଥା ସେୟାର୍ କରିଥିଲେ ।

 

ଗତ କିଛି ଦିନ ପୂର୍ବରୁ ଏହି ଅପକମିଂ ସିନେମାର ଟ୍ରେଲର୍ ରିଲିଜ୍ ହୋଇଥିଲା । ଯାହା ବେଶ ଚର୍ଚ୍ଚା ସାଉଁଠିଛି ଓଲିଉଡ୍ରେ । ମୁକ୍ତିଲାଭ କରିଥିବା ସିନେମାର ଟ୍ରେଲର୍ରେ ଦେଖିବାକୁ ମିଳିଥିଲା ଜବରଦସ୍ତ ଆକ୍ସନ୍, କମେଡି ଆଉ ମନଛୁଆଁ ଗୀତ । ଏହି ଫିଲ୍ମରେ ନବାଗତ ଷ୍ଟାର୍ ରୋନକ୍ଙ୍କ କମେଡି, ଆକ୍ସନ୍ ସହ ତାଙ୍କ ରୋମାଂଟିକ୍ ଅନ୍ଦାଜର ମଧ୍ୟ ମଜା ନେଇ ପାରିବେ ଦର୍ଶକ । ରୋହନ ଫିଲ୍ମସ୍ ବ୍ୟାନର୍ରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଉମେଶ ଦାସ ଏବଂ ପ୍ରଯୋଜନା କରିଛନ୍ତି ରୋନକ୍ ଦାଶ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ସରତ ନାୟକ ।

 

ଏହି ଅପକମିଂ ସିନେମାରେ ଅନ୍ୟାନ ପ୍ରମୁଖ ଭୂମିକାରେ ନଜର ଆସିବେ ମିହିର୍ ଦାସ୍, ଅନିତା ଦାସ, ସରୋଜ ଦାସ, ଧୀର ମଲ୍ଲିକ୍, ସଲୀଲ୍ ମିତ୍ର, ଆଦି କଳାକାର । ଭିନ୍ନ ସ୍ୱାଦର ମନଛୁଆଁ ଗୀତ ବି ଶୁଣିବାକୁ ମିଳିବ ଏହି ଫିଲ୍ମରେ । ସୁଟି. ଏଡିଟିଂ ଶେଷ ହୋଇଥିବାବେଳେ ଏବେ ରିଲିଜ୍ ଅପେକ୍ଷା ରେ ରହିଛି ଚଳଚ୍ଚିତ୍ର ‘ଏକ୍ସକ୍ୟୁଜ୍ ମି’ । ଯାହା ଓଲିଉଡ୍ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More