Only for Entertainment

କ୍ଷମା ହିଁ ସବୁଠାରୁ ବଡ଼ ।

shutterstock
0 57

ପୁରାଣ ଓ ଶାସ୍ତ୍ରରେ କ୍ଷମାକୁ ସବୁଠାରୁ ବଡ଼ ବୋଲି ଆଖ୍ୟା ଦିଆଯାଇଛି । କାରଣ ଏହା ମଣିଷକୁ ଶାନ୍ତ ସ୍ୱଭାବର କରିଦିଏ । ଯାହା ମଣିଷର ବ୍ୟକ୍ତିତ୍ୱର ଏକ ପରିଚୟ ପ୍ରଦାନ କରିଥାଏ । ତେଣୁ ପତ୍ୟେକ କ୍ଷେତ୍ରରେ କ୍ରୋଧ ପ୍ରକାଶ ନ କରି ବ୍ୟକ୍ତିକୁ କ୍ଷମା କରିଦେବା ଉଚିତ । ଏହା ଅନ୍ୟକୁ ବିନମ୍ର ହେବାପାଇଁ ବାଧ୍ୟ କରିଥାଏ । ଯାହା କ୍ଷମା ଦେବା ବ୍ୟକ୍ତିକୁ ମହାନ କରିଦିଏ । ତେବେ ଏହି କ୍ଷମାକୁ ନେଇ ଏକ ଛୋଟ କାହାଣୀ ରହିଛି ଯାହାକୁ ଜାଣିବା ନିହାତି ଦରକାର ।

କାହାଣୀଟି ହେଉଛି ଦକ୍ଷିଣ ଭାରତର ଏକ ସନ୍ଥ ଙ୍କର । ତାଙ୍କର ନାମ ହେଉଛି ବିରୁବଲ୍ଲୂବର । ସେ ଖୁବ ଶାନ୍ତ ସ୍ୱଭାବର ଥିଲେ । ପ୍ରତ୍ୟେକଙ୍କୁ ସେ କ୍ଷମା କରିଦେଉଥିଲେ,ଯେଉଁଥିପାଇଁ ସେ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି ।

ବିରୁବଲ୍ଲୁବର ଜାତିରେ ତନ୍ତୀ ଥିଲେ । ଦିନେ ସେ ବୁଣିଥିବା ସାଢୀକୁ ବିକ୍ରି କରିବାକୁ ନେଇ ବାହାରିଲେ । ସାଢୀ ବିକ୍ରି କରିବା ପାଇଁ ସେ ଏକ ସ୍ଥାନରେ ବସିଗଲେ । ବହୁ ସମୟ ପର୍ଯ୍ୟନ୍ତ କୌଣସି ଗ୍ରାହକ ଆସିଲେନାହିଁ । ସେ ସେହିଭଳି ଅପେକ୍ଷା କରି ରହିଲେ । ଅଚାନକ ଏକ ଧନୀ ପରିବାରର ଯୁବକ ସାଢୀ କିଣିବା ପାଇଁ ଆସିଲେ । ବାସ୍ତବରେ ସେ ସନ୍ଥଙ୍କର ପରୀକ୍ଷା ନେବାକୁ ଚାହୁଁଥିଲେ । ସେ ଏକ ସୁନ୍ଦର ସାଢୀ ଉଠାଇ ତାହାର ମୂଲ୍ୟ ପଚାରିଲେ । ସନ୍ଥ ତାହାର ମୂଲ୍ୟ ୧୦ ଟଙ୍କା କହିଲେ । ସେ ସାଢୀକୁ ଦୁଇଭାଗ କରି ପୁଣି ତାହାର ମୂଲ୍ୟ ପଚାରଲେ ସନ୍ଥ ତାହାକୁ ଭାଗ କରି ୫ ଟଙ୍କା ଲେଖାଏଁ କହିଲେ । ଏହାପରେ ସେ ପୁଣି ଥରେ ଦୁଇ ଦୁଇ ଫାଳ କରି ତାହାର ମୂଲ୍ୟ ପଚାରିଲା ସନ୍ଥ ତାହାକୁ ଅଧା ଅଧା କରି ମୂଲ୍ୟ କହିଲେ । ସେ ଏହିଭଳି ଭାବରେ ସାଢୀକୁ ଛୋଟ ଛୋଟ କରି ଟୁକୁଡ଼ା କରିଦେଲା ଓ ସେସବୁର ମୂଲ୍ୟ ପଚାରିଲା । ସନ୍ଥ ବିନା କ୍ରୋଧରେ ସେ ସମସ୍ତର ମୂଲ୍ୟ କହିବାକୁ ଲାଗିଲେ । ଏହାପରେ ବ୍ୟକ୍ତି ଜଣକ ସମସ୍ତ ଟୁକୁଡ଼ାକୁ ଏକାଠି କଲା ଏବଂ କହିଲାଯେ ଏଥିରେ ଆଉ କ’ଣ ରହିଛିଯେ ତାହାର ମୂଲ୍ୟ ଦିଆଯିବ । ସନ୍ଥ ପୁଣିଥରେ ଶାନ୍ତ ହୋଇ ବସି ରହିଲେ । ସନ୍ଥଙ୍କୁ ଶାନ୍ତ ଭାବରେ ଦେଖି ଯୁବକ ଜଣକ କହିଲେ ନିଅନ୍ତୁ ଆପଣଙ୍କ ୧୦ ଟଙ୍କା । କାରଣ ମୁଁ ଆପଣଙ୍କ ଶାଢୀକୁ ଚିରି ଦେଇଛି ।

ସନ୍ଥ ଶାନ୍ତ ଭାବରେ କହିଲେଯେ ଯେତେବେଳେ ତୁମେ ଶାଢୀ ନେଇନାହଁ ମୁଁ ମୂଲ୍ୟ ନେବି କିପରି । ଏହା ଶୁଣିବା ପରେ ଯୁବକ ଜଣକ ସନ୍ଥଙ୍କୁ କ୍ଷମା ମାଗିଲେ । ସେହି ସମୟରେ ସନ୍ଥ ବିନମ୍ରତାର ସହିତ ଉତ୍ତର ଦେଲେଯେ ତୁମର ୧୦ ଟଙ୍କା ଦେବାରେ ଶାଢୀର ମୂଲ୍ୟ ପୂରଣ ହୋଇପାରିବ ନାହିଁଁଁ । ଟିକେ ଭାବ ତୁଳା ବାହାରିବା ପାଇଁ ମଣିଷ କେତେ ପରିଶ୍ରମ କରେ । ତାକୁ ବୁଣିବା ପାଇଁ ବୁଣାଳୀ କେତେ ସମୟ ନିଏ । ଶାଢୀକୁ ତିଆରି କରିବା ପାଇଁ ମୋ ପରିବାରକୁ କେତେ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା ।

ଯୁବକ ଜଣକ କାନ୍ଦି କାନ୍ଦି ସନ୍ଥଙ୍କ ପାଦ ତଳେ ପଡ଼ିଗଲେ ଏବଂ ପଚାରିଲେଯେ ଯେତେବେଳେ ମୁଁ ଶାଢୀ ଚିରୁଥିଲି ଆପଣ ମୋତେ ମନା କଲେ ନାହିଁ କାହିଁକି । ସନ୍ଥ କହିଲେ ମୁଁ ମନା କରିଥିଲେ ତୁମକୁ ଏହି ଶିକ୍ଷା କିପରି ମିଳିଥାନ୍ତା ଯାହା ଏବେ ତୁମେ ବୁଝିପାରିଲ । ଏହାପରେ ସେହି ଯୁବକର ମନରେ ସନ୍ଥଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ବଢିଗଲା । ସନ୍ଥଙ୍କର ଏହି ଶିକ୍ଷାରେ ଯୁବକ ମନରୁ ଅହଂକାର ଦୂର ହେଲା ଏବଂ ତା ମନ ନିର୍ମଳ ହୋଇଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More