Only for Entertainment

ଆଖିର ରଙ୍ଗ କହେ ମଣିଷର ସ୍ୱଭାବ ।

huffingtone post
0 68

ସମୟେ ସମୟେ ଲୋକ କୁହନ୍ତି ଆଖି ମଣିଷ ବ୍ୟକ୍ତିତ୍ୱର ଦର୍ପଣ ସଦୃଶ । ଯେକୌଣସି ବ୍ୟକ୍ତିଙ୍କର ଆଖିକୁ ଦେଖି ସେମାନଙ୍କର ସ୍ୱଭାବ ବିଷୟରେ କୁହାଯାଇପାରେ । ଏଭଳି ମଧ୍ୟ କୁହାଯାଏ ଯେ ଆଖିର ରଙ୍ଗ ଏବଂ ମଣିଷର ବ୍ୟକ୍ତିତ୍ୱ ମଧ୍ୟରେ ଏକ ନିବିଡ଼ ସଂପର୍କ ରହିଛି । କୌଣସି ଲୋକକୁ ଜାଣିବା ପାଇଁ ତା’ ସହିତ କଥା ହେବା ଜରୁରୀ ନୁହେଁ ବରଂ ଆଖିର ରଙ୍ଗ ଦେଖି ମଣିଷର ବ୍ୟକ୍ତିତ୍ୱ ବିଷୟରେ ଜାଣିହେବ । ଆସନ୍ତୁ ଜାଣିବା ଆପଣଙ୍ଗ ଆଖିର ରଙ୍ଗ ଆପଣଙ୍କ ବିଷୟରେ କ’ଣ କହେ ।
ଗ୍ରେ ଆଖି ବିଶିଷ୍ଟ ଲୋକମାନଙ୍କ ହୃଦୟ ସଫା ହୋଇଥାଏ, ସେମାନଙ୍କ ମନ ମଧ୍ୟରେ ଯେଉଁ କଥା ଥାଏ, ତାହା ସିଧା ସିଧା କହିଦିଅନ୍ତି । ଏହିଭଳି ଲୋକ ବିଶ୍ୱସନୀୟ ହେବା ସହିତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି, ଏହା ସହିତ ଏମାନଙ୍କର ବ୍ୟକ୍ତିତ୍ୱ ଖୁବ ଆକର୍ଷଣୀୟ ହୋଇଥାଏ ।
ଗ୍ରୀନ ଆଖି ବିଶିଷ୍ଟ ଲୋକମାନେ ସ୍ୱଭାବରେ ମଜାଳିଆ ହୋଇଥାନ୍ତି । ପ୍ରତ୍ୟେକ କାମକୁ ଇଛାର ସହିତ କରିଥାନ୍ତି । ଏମାନେ ଖୁବ ଜ୍ଞାନୀ ମଧ୍ୟ ହୋଇଥାନ୍ତି ।
ବ୍ଲୁ ଆଖି ବିଶିଷ୍ଟ ଲୋକମାନେ ତୀକ୍ଷ୍ନ ବୁଦ୍ଧିମାନ ହୋଇଥାନ୍ତି । ସେମାନଙ୍କର ସୁନ୍ଦର ଆଖି ଦ୍ୱାରା ସେ ସମସ୍ତଙ୍କୁ ଆକର୍ଷିତ କରିପାରନ୍ତି । ଏମାନେ ସମସ୍ତଙ୍କୁ ସାହାର୍ଯ୍ୟ କରିବାକୁ ଭଲପାଆନ୍ତି ଏବଂ ବନ୍ଧୁତ୍ୱକୁ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି ।
ବ୍ରାଉନ ଆଖି ବିଷିଷ୍ଟ ଲୋକମାନେ ସ୍ୱଭାବରେ ଖୁବ ଭଲ ହୋଇଥାନ୍ତି ଏବଂ ଭଲପାଇବା ଉପରେ ଖୁବ ବିଶ୍ୱାସ କରନ୍ତି । ଏହିଭଳି ଲୋକମାନେ ଟଙ୍କା ଅପେକ୍ଷା ସଂପର୍କକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଏମାନଙ୍କ ବ୍ୟକ୍ତିତ୍ୱ ବହୁ ଆକର୍ଷିତ ହୋଇଥାଏ ଏବଂ ଏମାନେ ଖୁବ ଆତ୍ମବିଶ୍ୱାସୀ ହୋଇଥାନ୍ତି ।
ଲାଇଟ ବ୍ରାଉନ ଆଖି ବିଶିଷ୍ଟ ଲୋକମାନେ ସ୍ୱତନ୍ତ୍ର ବିଚାରର ହୋଇଥାନ୍ତି । ଏମାନେ ଏକା ରହିବାକୁ ଭଲପାଆନ୍ତି ଏବଂ ବିଭିନ୍ନ ପରିସ୍ଥିତି ସହିତ ଖାପ ଖୁଆଇ ଚଳିପାରନ୍ତି ।
ବ୍ଲାକ ଆଖି ବିଶିଷ୍ଟ ଲୋକମାନେ ରହସ୍ୟମୟୀ ସ୍ୱଭାବର ହୋଇଥାନ୍ତି ଏବଂ ବିଶ୍ୱସନୀୟ ମଧ୍ୟ । ଅନ୍ୟର ରାଜକୁ ରାଜ୍ ଭଳି ରଖନ୍ତି ଏବଂ କାହା ଉପରେ ଅତିଶୀଘ୍ର ଭରସା କରନ୍ତି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More