Only for Entertainment

୧୮ବର୍ଷ ପୂର୍ବେ ଅପହରଣ ହୋଇଥିଲା ଶିଶୁ, ଫେସ୍‌ ଆପ୍‌ ଜରିଆରେ ଖୋଜି ପାଇଲା ପୋଲିସ

LADbible
322

୧୮ବର୍ଷ ତଳେ ଅପହରଣ କରାଯାଇଥିବା ଶିଶୁକୁ ଏବେ ଖୋଜି ପାଇବାରେ ସଫଳ ହୋଇଛି ପୁଲିସ । ପୁଲିସର ଏହି ଅଭିଯାନରେ ତାଙ୍କୁ ନୂଆ କରି ଆସିଥିବା ଫେସ୍‌ ଆପ୍‌ ସାହାଯ୍ୟ କରିଥିବା ଜଣା ପଡ଼ିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ଦେଶର ସବୁ ଯୁବପିଢ଼ିଙ୍କ ଉପରେ ଏହି ଆପ୍‌ର କ୍ରେଜ୍‌ ଦେଖିବାକୁ ମିଳୁଥିବା ବେଳେ ଏହାର ସାହାଯ୍ୟ ନେଇ ଅପହରଣ ହୋଇଥିବା ଶିଶୁ ମିଳିଯିବା ଖବର ଏବେ ଆଲୋଚନାର ବିଷୟ ପାଲଟିଛି ।

ସୂଚନା ମୁତାବକ, ୟୁ ବିଫେଙ୍ଗକୁ ୩ବର୍ଷ ହୋଇଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା । କିଛି ବର୍ଷ ଖୋଜାଯିବା ପରେ ନ ମିଳିବାରୁ ପୁଲିସ ଖୋଜିବା ବନ୍ଦ କରି ଦେଇଥିଲା । ଏବେ ଫେସ୍‌ ଆପ୍‌ର ସୁବିଧା ଆସିବା ପରେ ଏହାର ସାହାଯ୍ୟ ନେଇ ତଦନ୍ତକାରୀ ଟିମ୍‌ ଯାଞ୍ଚ ଆରମ୍ଭ କରିଥିଲା ।

ୟୁ ବିଫେଙ୍ଗଙ୍କ ଛୋଟ ବେଳର ଫଟୋକୁ ଫେସ୍‌ ଆପ୍‌ରେ ପକାଇ ଯୁବ ବେଳର ଫଟୋକୁ ବଦଳାଇଥିଲେ । ଯାହା ପରେ ୟୁ ବିଫେଙ୍ଗ ଯୁବକ ହେଲେ କିଭଳି ଦେଖାଯିବେ, ତାହାର ନମୁନା ପାଇ ପୁଲିସ ପୁଣି ଯାଞ୍ଚ ଆରମ୍ଭ କରିଥିଲା । କିଛି ଦିନର ତଦନ୍ତ ପରେ ପୁଲିସ ୟୁ ବିଫେଙ୍ଗଙ୍କୁ ଖୋଜିବାରେ ସଫଳ ହୋଇଥିବା ଜଣା ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More