Only for Entertainment

ବନ୍ଦ ହେବ ଫେସବୁକର ଆକ୍ଟିଭିଟି ଟ୍ରାକର

underconsideration llc
0 38

ସୋସିଆଲ ମିଡିଆ ଫେସବୁକରେ ଲଗାତାର ପରିବର୍ତ୍ତନ ହେବାରେ ଲାଗିଛି ଯେଉଁଥିରେ ବ୍ୟବହାରକାରୀ ମାନେ ଅଧିକ ଜଡ଼ିତ ହେବାରେ ଲାଗିଛନ୍ତି । ଫେସବୁକରେ ଏକ ଟିକର ନାମରେ ଫିଚର ରହିଛି ଯାହା ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି । ସୂଚନା ଅନୁସାରେ କଂପାନୀ ଏହି ଫିଚରକୁ ବନ୍ଦ କରି ଏଥିରେ କିଛି ନୂଆ ପରିବର୍ତ୍ତନ ଆଣିବାକୁ ଚାହୁଁଛି । ଯାହାକି ଫେସବୁକରେ ଥିବା ବନ୍ଧୁ ମାନଙ୍କର ଚାଲି ଚଳଣି ବିଷୟରେ ସୂଚନା ଦେଇଥାଏ, ଯେପରିକି କିଏ କାହାକୁ ଲାଇକ ଦେଉଛିି ଏବଂ କେଉଁ କମେଂଟ ଦେଉଛି । ତେବେ ଟିକର ଦେଖା ନଯିବାରୁ ଏହି ଖବର ଅଭିଯୋଗ ଆସିଛି । ଫେସବୁକ ହେଲପ କମ୍ୟୁନିଟିକୁ ଯେତେବେଳେ ଏହି ପ୍ରଶ୍ନ କରାଗଲା ତେବେ ଏହାର ଊତ୍ତର ଦେବାପାଇଁ ତା’ର ସଦସ୍ୟ ମନା କରିଦେଲେ ଏବଂ ଏହି ଫିଚର ଏବେ ଉପଲବ୍ଧ ନଥିବା କଥା ମଧ୍ୟ କହିଛନ୍ତି । କିନ୍ତୁ ଏହି ପ୍ରଶ୍ନରେ ଉତ୍ତର ଦେବାପାଇଁ ଥିବା ଅପ୍ସନକୁ ବନ୍ଦ କରି ଦିଆଯାଇଛି ।
ଏହାକୁ ବନ୍ଦ କରିବାର କାରଣ ମଧ୍ୟ କଂପାନୀ ଜଣାଇନାହିଁ । ଆଶା କରାଯାଉଛିଯେ ଏହା ପରିବର୍ତ୍ତେ କଂପାନୀ କୌଣସି ନୂଆ ଫିଚର ଆଣିପାରେ । ତେବେ ଅଧିକ ବ୍ୟବହାର ହେଉନଥିବା ଫିଚର ଫେସବୁକ ଅନେକ ସମୟରେ ବନ୍ଦ କରି ଦେଇଛି । ଏହି ଫିଚର ଲୋକଙ୍କୁ ପସନ୍ଦ ନଥିଲାଯେ କେହି ତାଙ୍କର କମେଂଟ ଆଦିକୁ ଦେଖୁବୋଲି । ଏହି ଫିଚରକୁ କଂପାନୀ ୨୦୧୧ରେ ଆରମ୍ଭ କରିଥିଲା ଯାହା ଦ୍ୱାରା ବନ୍ଧୁଙ୍କର ଆକ୍ଟିଭିଟି ଦେଖି ହେଉଥିଲା । ତେବେ ଏହା ବିଷୟରେ ବିଶେଷ କିଛି ସୂଚନା ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More