Only for Entertainment

ମ୍ୟୁଜିକ ଭିଡିଓ ‘ଫଗୁଣ’ରେ ନଜର ଆସିଲା ସମ୍ଭବ-ଅନନ୍ୟାଙ୍କ ଯୋଡି

you tube
76

ସମ୍ଭବ ଓ ଅନନ୍ୟାଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିବ । ତେବେ ସମ୍ଭବ ଓ ଅନନ୍ୟା ଏକାଠି କୌଣସି ଫିଲ୍ମରେ ଏକାଠି ନଜର ଆସିନାହାନ୍ତି । ଏ ଦୁହେଁ ଏକ ମ୍ୟୁଜିକ୍ ଭିଡିଓରେ ଏକାଠି ନଜର ଆସିଛନ୍ତି । ଏହି ମ୍ୟୁଜିକ୍ ଭିଡିଓର ନାଆଁ ହେଲା ‘ଫଗୁଣ’ । ଗୀତଟି ହେଲା- ଫଗୁଣରେ ଯେବେ ଦେଖା ହେଲା, ଆଖି ସାଥେ ଆଖି ମିଶିଗଲା… । ଗୀତର ରଚୟତା ହେଲେ ତପୁ ନାୟକ । ଏହି ଗୀତରେ ସମ୍ଭବ ଓ ଅନନ୍ୟାଙ୍କ ଅନସ୍କ୍ରିନ ରୋମାନ୍ସକୁ ଦର୍ଶକ ଖୁବ୍ ପସନ୍ଦ କରୁଥିବା ଜଣାଯାଇଛି । ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅସଦ୍ ନିଜାମ୍ । ଅକ୍ଷୟ କୁମାର ନାୟକ ଏହି ମ୍ୟୁଜିକ୍ ଭିଡିଓର କୋରିଓଗ୍ରାଫର, ଗୀତଟିରେ କଣ୍ଠଦାନ କରିଛନ୍ତି ଦୁଇ ଯୁବ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଓ ଅନ୍ତରା ଚକ୍ରବର୍ତ୍ତୀ ।

ଓଲିଉଡରେ ଏ ଦୁଇ କଳାକାର ବିଶେଷ ଚର୍ଚ୍ଚିତ ନ ହେଲେ ବି ଅପରିଚିତ ନୁହଁନ୍ତି ।  ସମ୍ଭବଙ୍କୁ ଦର୍ଶକ ପ୍ରଥମେ ଓଡ଼ିଆ ସିନେମା ‘ୱାନ୍ ୱେ ଟ୍ରାଫିକ୍’ରେ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ । ଏହି ଫିଲ୍ମର ନାୟିକା ଥିଲେ ତପସ୍ୟା । ତା’ପରେ ପୁଣି ସମ୍ଭବ ଦେଖା ଦେଇଥିଲେ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମିଠା ମିଠା’ରେ । ଏଥିରେ ପ୍ରକୃତି ମିଶ୍ରଙ୍କ ବିପକ୍ଷରେ ନଜର ଆସିଥିଲେ ସମ୍ଭବ ।

ଠିକ୍ ସେହିପରି ଅନନ୍ୟାଙ୍କୁ ଯୁଗାଂଶୁ ଶେଖର ପଣ୍ଡାଙ୍କ ପ୍ରୟୋଜିତ ଓ ରମେଶ ରାଉତଙ୍କ ନିର୍ଦ୍ଦେଶିତ ସିନେମା ‘ଗଡ୍ ଫାଦର’ରେ ପ୍ରଥମେ ଦେଖିବାକୁ ପାଇଥିଲେ ଦର୍ଶକ । ତା’ପରେ ଅନନ୍ୟା ‘କଟି ପତଙ୍ଗ’ ଓ ‘ତୁ ମୋ ଡ୍ରିମ୍ ଗାର୍ଲ’ ଆଦି ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି, ମାତ୍ର ଏ ଦୁଇଟି ସିନେମା ଏଯାଏଁ ରିଲିଜ୍ ହୋଇନାହିଁ । ତେବେ ଅନନ୍ୟା ବଡ଼ ପରଦାରେ ଆଇଟମ୍ ଗାର୍ଲ ସାଜି ଅବଶ୍ୟ ହଙ୍ଗାମା କରିଥିଲେ । ସେ ଫିଲ୍ମ ‘ବଜରଙ୍ଗୀ’ରେ ‘ଏ ଫର୍ ଆପୁଲ ଆପୁଲ ବି ଫର୍ ବାନାନା…’ ଆଇଟମ୍ ନମ୍ବରରେ ଡ୍ୟାନସ୍ କରିଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More