Only for Entertainment

୧୫ କୋଟିର ଡିଲକୁ ଏଡ଼ାଇଦେଲେ ସୁଶାନ୍ତ

koimoi
0 48

ବଲିଉଡରେ ଅଭିନେତା ହୁଅନ୍ତୁ କିମ୍ବା ଅଭିନେତ୍ରୀ ଟଙ୍କା ବାବଦରେ କିଛି କହିହେବ ନାହିଁ । ସେମାନଙ୍କର ଡିମାଣ୍ଡଯେ ଆକାଶ ଛୁଆଁ । କେବଳ ଫିଲ୍ମରୁ ନୁହେଁ ବରଂ ବିଜ୍ଞାପନରୁ ମଧ୍ୟ ସେମାନେ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତିି । ତେବେ କୌଣସି ପ୍ରକାର ବିଜ୍ଞାପନ କରିବାକୁ ସେମାନେ କେବେ ମଧ୍ୟ ପଛଘୁଂଚା ଦିଅନ୍ତି ନାହିଁ । ସୂଚନା ଅନୁସାରେ ଫେୟାରନେସ କ୍ରିମର ବିଜ୍ଞାପନକୁ ନେଇ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଡିଲ ହୋଇଥିବା କଥା ଖୁବ ଜୋର ଧରିଛି । କାରଣ ବିଜ୍ଞାପନରେ ଦେଖା ଯାଉଥିବା ପ୍ରତ୍ୟେକ ସାମଗ୍ରୀଯେ ଠିକ ଭାବରେ କାମ କରେ ଏହାକୁ ବିଶ୍ୱାସ କରନ୍ତି ନାହିଁ ସୁଶାନ୍ତ ।

ସୁଶାନ୍ତଙ୍କ କହିବା ଅନୁସାରେ ଏଭଳି ବିଜ୍ଞାପନକୁ ସେ କେବେ ମଧ୍ୟ ସମର୍ଥନ କରନ୍ତି ନାହିଁ । ତେବେ ୧୫ କୋଟିର ଲାଭକାରୀ ଡିଲ ସତ୍ତେ୍ୱ ସେ ଏହାକୁ ଏଡ଼ାଇ ଦେଇଥିବା ସୂଚନା ମିଳିଛି ।

ଏକ ମିଡିଆ ରିପୋର୍ଟ ଅନୁସାରେ ସାମଗ୍ରୀକୁ ସମର୍ଥନ କରିବା ପାଇଁ ସୁଶାନ୍ତଙ୍କୁ ୩ ବର୍ଷରେ ୬ଟି ବିଜ୍ଞାପନ କରିବାକୁ ପଡ଼ିବ । କିନ୍ତୁ ପରଦାରେ ଦେଖାଯାଉଥିବା ବିଜ୍ଞାପନକୁ ଅଧିକାଂଶ ବ୍ୟକ୍ତି ଦେଖନ୍ତି ଏବଂ ଅନୁସରଣ ମଧ୍ୟ କରନ୍ତି । ତେଣୁ ଏଥିପ୍ରତି କର୍ତ୍ତବ୍ୟନିଷ୍ଠା ଦେଖାଇ ସୁଶାନ୍ତ ଏଭଳି ବିଜ୍ଞାପନ କରିବାକୁ ମନା କରି ଦେଇଛନ୍ତି । ଏହା ସହିତ ସେ ଦର୍ଶକଙ୍କୁ ଭୁଲ ବାର୍ତ୍ତା ପ୍ରଦାନ କରିବାକୁ ଚାହୁଁ ନଥିବା କଥା ମଧ୍ୟ ପ୍ରକାଶ କରିଛନ୍ତି । ତେବେ ପୂର୍ବରୁ ପ୍ରିୟଙ୍କା ଚୋପ୍ରା ଏବଂ ନବାଜୁଦ୍ଦିନ ସିଦ୍ଦିକ ମଧ୍ୟ ଏଭଳି ବିଜ୍ଞାପନକୁ ଏଡ଼ାଇଥିବା କଥା ସାମ୍ନାକୁ ଆସିଥିଲା । ଏହା ସହିତ କଙ୍ଗନା ମଧ୍ୟ ୨ କୋଟିର ଫେୟାରନେସ କ୍ରିମର ଡିଲକୁ ମନା କରି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More