Only for Entertainment

ପ୍ରସାଧନ ସାମଗ୍ରୀରେ ପଶୁଙ୍କ ମଳ, ପୁଲିସ ଯାଂଚରୁ ମିଳିଲା ପତ୍ତା ।

loop
0 64

ଆମେରିକା ପୁଲିସଙ୍କୁ ପ୍ରସାଧନ ସାମଗ୍ରୀରେ ପଶୁଙ୍କ ମଳ ମିଶୁଥିବା ଜଣା ପଡିଛି । ଭାରତରେ ଏହାର ମୂଲ୍ୟ ୪୦,୦୦୦ରୁ ଉଦ୍ଧ୍ୱର୍ ଅଟେ । ସିଏନଏନ ରିପୋର୍ଟ ମୁତାବକ ଯେଉଁ ବ୍ରାଣ୍ଡରେ ପଶୁ ମଳର ଅଂଶ ମିଳିଛି ସେଥିରେ ପ୍ରସିଦ୍ଧ ମଡେଲ କାଇଲି ଜେନରଙ୍କ ବ୍ରାଣ୍ଡ କାଇଲି କସମେଟିକ୍ସ ମଧ୍ୟ ସାମିଲ ରହିଛି । ଲସଏଞ୍ଜେଲସ ପୁଲିସ ବିଭାଗ କହିଛନ୍ତି ଯେ ସେମାନେ ଏହି ସୌନ୍ଦର୍ଯ୍ୟ ଉପାଦାନ ଗୁଡିକୁ ଜବତ କରି ନେଇଛନ୍ତି, ଏବଂ ପରୀକ୍ଷଣରୁ ଏଥିରେ ଜୀବାଣୁ ଏବଂ ପଶୁ ମାନଙ୍କ ମଳ ଥିବା ପୁଷ୍ଟି କରାଯାଇଛି l

ଲସଏଞ୍ଜେଲସ ପୁଲିସ ବିଭାଗର କ୍ୟାପଟେନ ମାର୍କ ରୀନାଙ୍କ କହିବା ମୁତାବକ ସେଂଟି ଏଲିର ୨୧ଟି ସ୍ଥାନରେ ଛାପା ମରାଯାଇଥିଲା , ସେଠାରୁ ୭୦୦,୦୦୦ଡଲାର ଜାଲିଆତି ପ୍ରସାଧନ ସାମଗ୍ରୀ ଜବତ କରାଯାଇଥିଲା ।

କାଇଲିଙ୍କ ଭଉଣୀ କିମ କର୍ଦାଶିଆ ବେଲ୍ଟ ଏହି ଛାପାମାରୀକୁ ନେଇ ଟ୍ୱିଟ କରି କହିଛନ୍ତି ଯେ ଏସଏଞ୍ଜେଲସ ପୁଲିସ ବିଭାଗ ଦ୍ୱାରା ଜବତ ହୋଇଥିବା କାଇଲି ଲିପଷ୍ଟିକରେ ପରୀକ୍ଷଣ ଦ୍ୱାରା ମଳ ଥିବା ପୁଷ୍ଟି କରାଯାଇଛି । ଦୟାକରି ଏପରି ଜାଲିଆତି ଉତ୍ପାଦକୁ କିଣନ୍ତୁ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More