Only for Entertainment

ସୋସିଆଲ ମିଡିଆରେ ଭାଇରାଲ ହେଲା ପଂଜାବ ଡିଜିପିଙ୍କ ନାଁ ଏବଂ ଫେକ ମେସେଜ, ଜାଣନ୍ତୁ ।

facebook
0 47

ସୋସିଆଲ ମିଡିଆରେ କିଛି ଦିନ ହେବ ପଂଜାବ ପୁଲିସଙ୍କ ତରଫରୁ ଡିଜିପି ସୁରଜ ଅରୋଡାଙ୍କ ଫଟୋ ଲାଗିଥିବା ମେସେଜ ଭାଇରାଲ ହେବାରେ ଲାଗିଛି । ଏଥିରେ ଏକା ଯାତାୟାତ କରୁଥିବା ମହିଳାଙ୍କ ପାଇଁ ଏକ ନମ୍ବର ଜାରି କରାଯାଇଛି ।

ମେସେଜରେ କୁହାଯାଇଛି ଯେ ଯଦି ଆପଣ ଏକା ରାତିରେ ଯାତାୟାତ କରୁଛନ୍ତି ତେବେ ୯୯୬୯୭୭୭୮୮୮ଏହି ନମ୍ବରକୁ ମେସେଜ କରିଦିଅନ୍ତୁ । ଏହାପରେ ଫୋନରେ ତକ୍ରାଳ ଆକ୍ନୋଲେଜମେଂଟର ମେସେଜ ଆସିବ ଏବଂ ଜିପିଆରଏସ ଦ୍ୱାରା ଉକ୍ତ ବାହନ ଉପରେ ନଜର ରଖାଯିବ ।

ଏହି ମେସେଜ ଅଧିକରୁ ଅଧିକ ଭାଇରାଲ ହେବାରେ ଲାଗିଛି । ସେହିପରି ଏହି ମେସେଜ ଉପରେ ପଂଜାବ ପୁଲିସ ନିଜର ପ୍ରତିକ୍ରିୟା ଜାହିର କରିଛନ୍ତି । ପ୍ରତିକ୍ରିୟାରେ କହିଛନ୍ତି ଯେ ଏହା ଫେକ ଅଟେ ଏବଂ ଏହି ନମ୍ବରରେ କୌଣସି କଲ କିମ୍ବା ମେସେଜ ନ କରିବା ଲାଗି ପୁଲିସ ବିଭାଗୀୟ କର୍ମଚାରୀ ଅନୁରୋଧ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More