Only for Entertainment

ରିଲିଜ ହେଲା ଆକ୍ସନ – ଆଡଭେଂଚର୍ ଫିଲ୍ମ ‘ଜଙ୍ଗଲୀ’ର ପ୍ରଥମ ଗୀତ ‘ଫକିରା ଘର ଆଜା’

Latestly
42

ଆଗାମୀ ବଲିଉଡ୍ ଆକ୍ସନ – ଆଡଭେଂଚର୍ ଫିଲ୍ମ ‘ଜଙ୍ଗଲୀ’ର ପ୍ରଥମ ଗୀତ ମୁକ୍ତିଲାଭ କରିଛି । ଗୀତର ଟାଇଟେଲ୍ ରହିଛି ‘ଫକିରା ଘର ଆଜା’ । ଗୀତରେ ଅଭିନେତା ବିଦ୍ୟୁତ ଜୱାଲ୍ଙ୍କ ହାତୀଙ୍କ ପ୍ରତି ଥିବା ଭଲପାଇବା ଦେଖିବାକୁ ମିଳିଛି । ଏହି ମନଛୁଆଁ ଗୀତରେ ଶୁଣିବାକୁ ମିଳିଛି ଜୁବିନ୍ ନୌତିଆଲଙ୍କ ଆକର୍ଷଣୀୟ ଗାୟିକି । ଆଉ ଏଥିରେ ସଙ୍ଗୀତରଭାର ତୁଲାଇଛନ୍ତି ସମୀର୍ ଉଦ୍ଦିନ୍ । ଗୀତିକାର ଅନ୍ୱିତା ଦତ ଏହାର ଲିରିକ୍ସର ଭାର ତୁଲାଇଛନ୍ତି ।

ଫିଲ୍ମରରେ ମୁଖ୍ୟ ଭୂମିକାରେ ଅଭିନେତା ବିଦ୍ୟୁତ ଜାମବାଲଙ୍କୁ ଦେଖିବାକୁ ମିଳିଛି । ଜଙ୍ଗଲ୍ ସହ ଏକ ଯୁବକର ଥିବା ନିବିଡ ସମ୍ପର୍କ ଦେଖିବାକୁ ମିଳିବ ଏହି ସିନେମାରେ । ଫିଲ୍ମରେ ରାଜ୍ ଚରିତ୍ରରେ ନଜର ଆସିବେ ବିଦ୍ୟୁତ୍ ।ଫିଲ୍ମରେ ବିଦ୍ୟୁତ ହାତୀମାନଙ୍କୁ ସୁରକ୍ଷା ଯୋଗାଉଥିବା ଦେଖିବାକୁ ମିଳିବ । ଜଙ୍ଗଲୀ ପିକଚର୍ସ ଏବଂ ଆମେରିକାନ ଫିଲ୍ମମେକର ଚକ ରସଲଙ୍କ କମ୍ପାନୀ ଏହି ଫିଲ୍ମକୁ ନିର୍ମାଣ କରିଛନ୍ତି ।

ଅଭିନେତା ବିଦ୍ୟୁତ ନିଜ ଆକ୍ସନ ପାଇଁ ବଲିଉଡରେ ବେଶ ପରିଚିତ ଏବଂ ଏହି ଫିଲ୍ମରେ ମଧ୍ୟ ତାଙ୍କୁ ଦମଦାର୍ ଆକ୍ସନ ସିନ କରୁଥିବାର ଦେଖିବାକୁ ମିଳିବ । ସିନେମାର ତାଙ୍କ ବିପକ୍ଷରେ ନଜର ଆସିବେ ଦୁଇ ଦୁଇ ଜଣ ନବାଗତା ସୁନ୍ଦରୀ । ପୂଜା ସାୱନ୍ତ ଓ ଆଶା ଭଟ୍ଟ । ବିନିତ୍ ଜୈନଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାଟି ୫ ଅପ୍ରେଲରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More