Only for Entertainment

ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ବିଷୟରେ କ’ଣ କୁହନ୍ତି କଳାକାର , ଆସନ୍ତୁ ଜାଣିବା ।

Hindustan Times
0 81

ବଲିଉଡ ସମୟ ସମୟରେ ଅନେକ ବିଷୟରେ ନିଜର ରାୟ ଦେଇଥାଆନ୍ତି । ଖାସକରି ଯେତେବେଳେ କଥା ଉଠେ ଶାରୀରିକ ସମ୍ପର୍କ, ଯୌନ ନିର୍ଯ୍ୟାତନା କିମ୍ବା ସମ୍ପର୍କ ବିଷୟରେ କଳାକାର ମାନେ ଖୋଲା ଖୋଲି ଭାବେ ନିଜର ମତ ଦେଇଥାଆନ୍ତି । ଆସନ୍ତୁ ଜାଣିବା କିଛି ଏଭଳି ଫେମସ ତାରକାଙ୍କ ବିଚାର ଯେଉଁମାନେ ବିନା କୌଣସି ଆପତ୍ତିରେ ନିଜର ମତ ଦେଇଛନ୍ତି ।

କଳ୍କୀ କୋଚଲିନ ୯ବର୍ଷ ବୟସ ବେଳେ ସେ ଜଣକୁ ନିଜ ସହ ସମ୍ପର୍କ ପାଇଁ ସ୍ୱୀକୃତି ଦେଇଥିଲେ । ଯେତେବେଳେ ସେ ଶାରୀରିକ ସମ୍ପର୍କ ବିଷୟରେ କିଛ ଜାଣିନଥିଲେ ।

ଅଭୟ ଦେଓଲ କହିଛନ୍ତି ତାଙ୍କୁ ଯେତେବେଳେ ଇଚ୍ଛା ହୁଏ ସେ ଶାରୀରିକ ସମ୍ପର୍କ ରଖନ୍ତି । ଏଥିରେ ଲାଜ ଏବଂ ଲୁଚାଇବା ଭଳି କୌଣସି କାରଣ ନାହିଁ । ଏହାକୁ ସଠିକ ଉପାୟରେ ଉପଭୋଗ କରିବା କରିବା ଉଚିତ ।

ଦୀପିକା ଏହି ସମ୍ପର୍କରେ କହିଛନ୍ତି ଯେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏହା ନିର୍ଭର କରେ । ଯଦି କେହି ବିବାହ ପୂର୍ବରୁ ଏଭଳି କରେ ତେବେ ଏହାକୁ ଖରାପ ନଜର ଦେଖିବା ଉଚିତ ନୁହେଁ ।

ରଣବୀର ସିଂ କହିଛନ୍ତି ଯେ ଶାରୀରିକ ସମ୍ପର୍କ ଏକ ସୁନ୍ଦର ଏବଂ ସ୍ୱାଭାବିକ ପ୍ରକ୍ରିୟା ଅଟେ । ଏହା ଭୂଲ କିମ୍ବା ଖରାପ ନୁହେଁ ଯେ ଏହାକୁ ଲୁଚାଇବା ଦରକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More